WATCH VIDEO: ୨୦ ଦିନରେ ପହଞ୍ଚିଲା ମା' ବୁଢୀ ଠାକୁରାଣୀଙ୍କ ଯାତ୍ରା, ଜମୁଛି ଭକ୍ତଙ୍କ ଗହଳି - ପବିତ୍ର ଅକ୍ଷୟ ତୃତୀୟା
🎬 Watch Now: Feature Video
ବ୍ରହ୍ମପୁର: ୨୦ ଦିନରେ ପହଞ୍ଚିଲାଣି ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀଙ୍କ ଯାତ୍ରା । ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସମସ୍ତେ ମା'ଙ୍କୁ ଅସ୍ଥାୟୀ ମନ୍ଦିରରେ ଯାଇ ଦର୍ଶନ କରୁଛନ୍ତି ବହୁ ଶ୍ରଦ୍ଧାଳୁ । ଚଳିତଥର ମା'ଙ୍କ ଯାତ୍ରା ଆସନ୍ତା ମେ ମାସର ୧ ତାରିଖ ମଧ୍ୟରାତ୍ରରେ ଉଦଯାପିତ ହେବାକୁ ଥିବା ବେଳେ ଯାତ୍ରା ୨୮ ଦିନ ଧରି ଆୟୋଜିତ ହେବ । ଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଜି ଅନୁକୂଳ ପାଗ ରହିଥିବା ଯୋଗୁଁ ସକାଳ ସମୟରୁ ଦିନ ତମାମ ଭକ୍ତଙ୍କ ସମାଗମ ହୋଇଥିବା ଦେଖାଯାଇଛି । ଆଜି ସନ୍ଧ୍ୟାରେ ମା'ଙ୍କ ଘଟ ପରିକ୍ରମା ସମୟରେ ବିଭିନ୍ନ ସାହିରେ ଅନେକ ଥର ଓ କଳାକୁ୍ଞ୍ଜ ଉନ୍ମୋଚନ ହେବ । ଯାତ୍ରା ଶେଷ ହେବାକୁ ଦିନ ପାଖେଇ ଆସୁଥିବା ଯୋଗୁଁ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଭକ୍ତମାନେ ଆସି ମା'ଙ୍କୁ ଦର୍ଶନ କରିବା ସହ ମା'ଙ୍କ ଆର୍ଶୀବାଦ ଲାଭ କରୁଛନ୍ତି । ଏପରିକି ଗତ କିଛି ଦିନ ମଧ୍ୟରେ ମା'ଙ୍କୁ ଅସ୍ଥାୟୀ ମନ୍ଦିରରେ ଦର୍ଶନ ପାଇଁ ଦୂରଦୂରାନ୍ତରୁ ବହୁ ଭକ୍ତଙ୍କ ସମାଗମ ଘଟୁଥିବା ଦେଖାଯାଇଛି । ଏପରିକି ପ୍ରତ୍ୟେକ ପରିବାରରୁ ମାନସିକଧାରୀ ବିଭିନ୍ନ ବେଶରେ ସଜ୍ଜିତ ହୋଇ ମା'ଙ୍କୁ ଦର୍ଶନ କରିବା ସହିତ ମା'ଙ୍କ କରୁଣା ଲାଭ କରୁଛନ୍ତି । ଏହି ଅବସରରେ ମା'ଙ୍କ ଅସ୍ଥାୟୀ ମନ୍ଦିରରେ କିପରି ଚାଲିଛି ପୂଜାର୍ଚ୍ଚନା ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।
ଇଟିଭି ଭାରତ, ବ୍ରହ୍ମପୁର