ବିଡିପିଏଲ କମ୍ପାନି ବାହାରେ ପଡିଛି ପୁଳା ପୁଳା ନୋଟ୍ - ଆୟକର ରେଡ୍
🎬 Watch Now: Feature Video
Published : Dec 9, 2023, 8:51 AM IST
ବୌଦ୍ଧ: ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡ(BDPL) କମ୍ପାନି ବାହାରେ ପଡିଛି ପୁଳା ପୁଳା ନୋଟ୍ । ତୃତୀୟ ଦିନରେ ରେଡ୍ ଚାଲିଥିବା ବେଳେ ରାମ୍ଭିକଟା ଠାରେ ଥିବା କମ୍ପାନିର ପାଚେରି ପାଖରେ ବହୁମାତ୍ରାରେ ୫୦୦ ଟଙ୍କିଆ ଚିରା ନୋଟ ପଡିଥିବାର ଦେଖିବାକୁ ମିଳିଛି । ତେବେ ଏତେ ଟଙ୍କା କେଉଁଠୁ ଆସିଲା ? କିଏ ନୋଟ୍ ଗୁଡିକୁ ଚିରିଲା ଏବଂ କାହିଁକି ଏମିତି ପୁଳା ପୁଳା ନୋଟ ବାହାରେ ଫିଙ୍ଗିଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ନୋଟ ପଛର ସତ ଜାଣିବାକୁ ସମସ୍ତଙ୍କ ମନରେ ଉତ୍ସାହ ସୃଷ୍ଟି ହୋଇଛି ।
ଏହା ମଧ୍ୟ ପଢନ୍ତୁ: ମଦଭାଟି ମ୍ୟାନେଜରଙ୍କ ଘରେ ଆଇଟି ରେଡ୍: ୫୦ କୋଟି ଜବତ ! ଟଙ୍କା ଗଣିଗଣି ଥକିଲେ ଅଧିକାରୀ
ଆୟକର ଫାଙ୍କିବା ଅଭିଯୋଗରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଥିବା ଆୟକର ରେଡ୍ ଏବେ ସାରା ଦେଶରେ ହଇଚଇ ସୃଷ୍ଟି କରୁଛି । ରେଡ୍ ଜାରି ରହିବା ସହିତ ପ୍ରତିଦିନ ନୂଆ ନୂଆ ତଥ୍ୟ ଏବଂ ବସ୍ତା ବସ୍ତା ଟଙ୍କା ଠାବ ହେଉଛି । ଏହି କ୍ରମରେ ଶୁକ୍ରବାର ତୃତୀୟ ଦିନରେ ବୌଦ୍ଧ ଜିଲ୍ଲାର ରାମ୍ଭିକଟା ଠାରେ ଥିବା ବିଡିପିଏଲ କମ୍ପାନୀରେ ଆଇଟି ବିଭାଗ ରେଡ୍ କରିଥିଲା । ଏହି ସମୟରେ ହଠାତ ସକାଳୁ ବିଡିପିଏଲ କମ୍ପାନୀ ପାଚେରୀ ନିକଟରେ କିଛି ଜରୁରୀକାଗଜ ପତ୍ର ସହିତ ପୁଳା ପୁଳା ଟଙ୍କା ଚିରା ହୋଇ ଫୋପଡା ଯାଇଥିବା ନଜରକୁ ଆସିଥିଲା । ଏହାଦେଖି କେତେକ ସ୍ଥାନୀୟ ଲୋକେ ଉକ୍ତ ଟଙ୍କା ସଂଗ୍ରହ କରୁଥିବାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଏହି ଚିରା ନୋଟ ସମ୍ପର୍କରେ ସେଭଳି କୌଣସି ସ୍ପଷ୍ଟ ସୂଚନା ମିଳିନି ।
ଗତ ମାସରେ ଉକ୍ତ ବିଡିପିଏଲ କମ୍ପାନିରେ ଶ୍ରମିକ ଅଶାନ୍ତି ସୃଷ୍ଟି ହୋଇଥିଲା । ବର୍ତ୍ତମାନ ଆଇଟି ବିଭାଗର ଚଢାଉ ଯୋଗୁଁ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି ବିଡିପିଏଲ । ଗତ ତିନି ଦିନ ହେଲାଣି ଆଇଟି ରେଡ୍ ଜାରି ରହିଥିବା ବେଳେ ଏନେଇ ସବିଶେଷ ବିବରଣୀ ହସ୍ତଗତ ହୋଇପାରି ନାହିଁ । ବୌଦ୍ଧ ଜିଲ୍ଲା ସମେତ ସମ୍ବଲପୁର, ରାୟଗଡା, ବଲାଙ୍ଗୀର ଆଦି ଜିଲ୍ଲାରେ ଏହି ରେଡ୍ ଚାଲିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ