Nuh violence: ଭାଇରାଲ ହେଲା ଭିଡିଓ, ପୋଲିସ ଉପସ୍ଥିତିରେ ହିଂସାକାରୀ ଚଳାଉଥିଲେ ରାଇଫଲ - ନୁହ ହିଂସାକାଣ୍ଡ ଭାଇରାଲ ଭିଡିଓ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/03-08-2023/640-480-19174625-thumbnail-16x9-nuha.jpg)
ଚଣ୍ଡିଗଡ: ହରିୟାଣାର ନୁହରେ ସାମ୍ପ୍ରଦାୟିକ ହିଂସାରେ 2 ପୋଲିସ କର୍ମୀଙ୍କ ସମେତ 6ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଆହତ ହୋଇଛନ୍ତି, ଏକାଧିକ ଗାଡି ଜଳିଛି । ଏହି ହିଂସାର ପ୍ରଭାବ ଏବେ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନ୍ୟ କିଛି ସ୍ଥାନରେ ମଧ୍ୟ ଦେଖାଯାଇଛି । ହାଇଆଲର୍ଟ ଜାରି କରାଯାଇଛି । ହେଲେ ହିଂସା ପରଠାରୁ ଜାରି ହୋଇଥିବା ଇଣ୍ଟରନେଟ ବ୍ୟାନ ସାମୟିକ ହଟିବା ପରେ ସାମ୍ନାକୁ ଆସିଛି ହିଂସାର ଛାତିଥରା ଭିଡିଓ ।
ଏହା ମଧ୍ୟ ପଢନ୍ତୁ :-ନୁହ ହିଂସା ପଛରେ ବଡ଼ ଷଡ଼ଯନ୍ତ୍ର ! ଫେଲ୍ ମାରିଲା କି ଗୁଇନ୍ଦା ବିଭାଗ ?
ପୋଲିସ ଉପସ୍ଥିତିରେ ହିଂସାକାରୀ ଚଳାଉଛନ୍ତି ଅଟୋମେଟିକ ରାଇଫଲରୁ ଗୁଳି । ଲୋକେ ଜୀବନ ବଞ୍ଚାଇବା ପାଇଁ କାର ତଳେ ଲୁଚି ରହଛନ୍ତି । ଏକାଧିକ ପୋଲିସ କର୍ମୀଙ୍କ ଉପସ୍ଥିତିରେ ହିଂସାକାରୀଙ୍କ ହାତରେ ରହିଛି ଅଟୋମେଟିକ ପିସ୍ତଲ ଓ ଅଟୋମେଟିକ୍ ରାଇଫଲ । ଅନ୍ଧାଧୁନ ଚାଲିଛି ଫାଏରିଂ । ଭିଡିଓରେ ଦଙ୍ଗାକାରୀଙ୍କ ସାମ୍ନାରେ ପୋଲିସ୍ ଅସହାୟ ଦେଖାଯାଉଛି । ପୋଲିସ ହିଂସାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ନିଜ ଜୀବନ ରକ୍ଷା କରିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି । ଦେଖନ୍ତୁ ଭିଡିଓ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ