ଆଜିଠୁ କାର୍ତ୍ତିକ ମାସ ଆରମ୍ଭ, ପୁରୀମୁହାଁ ହେଲେ ଶହଶହ ହବିଷ୍ୟାଳି - Habisyali going to puri

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 29, 2023, 7:01 AM IST

ବ୍ରହ୍ମପୁର: ରାତି ପାହିଲେ ଆରମ୍ଭ ହେବ ପବିତ୍ର କାର୍ତ୍ତିକ ମାସ । ଏକମାସ ବ୍ୟାପି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି । ଯାହାକୁ ନେଇ କୁମାରପୂର୍ଣ୍ଣମା ଅବସରରେ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ହବିଷ୍ୟାଳି । ବ୍ରହ୍ମପୁର ସହର ସମେତ ଆଖପାଖରୁ ବହୁ ଶ୍ରଦ୍ଧାଳୁ ଟ୍ରେନ୍‌ ଯୋଗେ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ଚଳିତବର୍ଷ ମଧ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାରେ ଶ୍ରୀକ୍ଷେତ୍ରରେ ରହିବା ପାଇଁ ଏହି ବୟସ୍କା ମହିଳାମାନେ ଏଠାରୁ ଯାତ୍ରା ଆରମ୍ଭ କରିଛନ୍ତି । 

ପୁରୀରେ ପହଞ୍ଚିବା ପରେ ସରକାରଙ୍କ ଯୋଜନାରେ ରହିବାଠାରୁ ଆରମ୍ଭ କରି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହାକୁ ନେଇ ବେଶ ଖୁସି ରହିଥିଲେ ହବିଷ୍ୟାଳି । ସେପଟେ ବୟସ୍କା ମହିଳାମାନଙ୍କୁ କାର୍ତ୍ତିକବ୍ରତ ପାଳନ କରିବା ପାଇଁ ଯାଉଥିବା ବେଳେ ପରିବାରର ସଦସ୍ୟଙ୍କୁ ଛାଡ଼ିବା ପାଇଁ ରେଳଷ୍ଟେସନରେ ଭିଡ଼ ଜମିଥିଲା । ଏପରିକି ପୁରୀ ଯାତ୍ରା କରୁଥିବା ବୟସ୍କା ମହିଳାମାନେ ଜୟ ଜଗନ୍ନାଥ କହି ନିଜର ଯାତ୍ରା ଆରମ୍ଭ କରିଥିଲେ । ପ୍ରତ୍ୟେକ ବର୍ଷ ଏହି ମହିଳାମାନେ କାର୍ତ୍ତିକ ବ୍ରତ ପାଳନ କରିବା ପାଇଁ କୁମାର ପୂର୍ଣ୍ଣିମା ଦିନଠାରୁ ପୁରୀକୁ ଯାତ୍ରା କରିଥାଆନ୍ତି । ଦୀର୍ଘ ଏକ ମାସ ଧରି କାର୍ତ୍ତିକ ବ୍ରତ ନିଷ୍ଠାର ସହିତ ପାଳନ କରିଥାଆନ୍ତି । ଶେଷରେ କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ କରି ଛାଡ଼ଖାଇରେ ନିଜ ଘରକୁ ଫେରିଥାଆନ୍ତି । ବ୍ରହ୍ମପୁର ରେଳ ଷ୍ଟେସନ ପରିସରରେ ସହରରୁ କାର୍ତ୍ତିକ ବ୍ରତ ପାଳନ କରିବାକୁ ବହାରିଥିବା ଶହ ଶହ ହବିଷ୍ୟାଳୀଙ୍କ ବେଶ ଭିଡ଼ ଦେଖିବାକୁ ମିଳିଥିଲା  । 

ଏହା ମଧ୍ୟ ପଢନ୍ତୁ...କାର୍ତ୍ତିକ ବ୍ରତ ପାଇଁ ପୁରୀରେ ପହଞ୍ଚିଲେ ହବିଷ୍ୟାଳୀ, ୫ଟି ଶିବିରରେ ରହଣି ବ୍ୟବସ୍ଥା

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.