WATCH VIDEO: ବଳଦଗାଡ଼ିରେ ମଣ୍ଡପରେ ପହଞ୍ଚିଲେ ବର, ଚର୍ଚ୍ଚାରେ ଗୁଜୁରାଟର ନିଆରା ବିବାହ

By

Published : Mar 12, 2023, 7:27 PM IST

thumbnail

ଗାନ୍ଧୀନଗର: ନିଜ ବିବାହ ଉତ୍ସବକୁ ସ୍ମରଣୀୟ କରିବା ଲାଗି ଯୁବପିଢୀ ନାନାଦି ପନ୍ଥା ଅବଲମ୍ବନ କରୁଛନ୍ତି । କିଏ ହେଲିକପ୍ଟରରେ କନିଆ ଘରେ ପହଞ୍ଚୁଛି ତ ଆଉ କିଏ ବିବାହ ଉତ୍ସବରେ ଭିନ୍ନ ଖାଦ୍ୟ, ଅର୍ଥ ବଣ୍ଟନ କରି ଚର୍ଚ୍ଚାକୁ ଆସୁଛନ୍ତି । ଏପରି କିଛି ନିଆରା ଦୃଶ୍ୟ ଗୁଜୁରାଟର ଭଲସାଡ ଘରମପୁର ଅଞ୍ଚଳରେ ଏକ ବିବାହ ଉତ୍ସବରେ ଦେଖିବାକୁ ମିଳିଛି । ଯେଉଁଠି ବର ଜଣକ କାର ବଦଳରେ ବଳଦ ଗାଡ଼ିରେ ବିବାହ ମଣ୍ଡପରେ ପହଞ୍ଚିଛନ୍ତି । କେବଳ ବର ନୁହେଁ କିଛି ବରଯାତ୍ରୀ ମଧ୍ୟ ବଳଦ ଗାଡ଼ିରେ ବସି ଶୋଭାଯାତ୍ରାରେ ବାହାରିଥିଲେ । ଯାହାକି ସଭିଙ୍କୁ ବେଶ ଆକୃଷ୍ଟ କରିଥିଲା । ଆଜିକାଲିର କିଛି ଯୁବପିଢୀ ଫିଲ୍ମରୁ ପ୍ରଭାବିତ ହୋଇ ଦାମୀ କାରରେ କନ୍ୟାଘରେ ପହଞ୍ଚୁଛନ୍ତି । ହେଲେ ଏଠାରେ ବର ଜଣକ ପାରମ୍ପରିକ ଢଙ୍ଗରେ ନିଜ ଭାବିପତ୍ନୀଙ୍କୁ ଆଣିବାକୁ ପହଞ୍ଚିଛନ୍ତି । ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଆଦିବାସୀ ପରମ୍ପରାକୁ ଜୀବିତ ରଖିବା ଆବଶ୍ୟକ । ଏହାଦ୍ବାରା ଅଧିକ ଖର୍ଚ୍ଚକୁ ଏଡ଼ାଇବା ସହିତ ପରିବେଶ ପ୍ରଦୂଷଣ କିଛି ମାତ୍ରାରେ ହ୍ରାସ ପାଇଥାଏ । ବର ଜଣକ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ଆଦିବାସୀ ବାଦ୍ୟ ସହିତ ସେ ଶୋଭାଯାତ୍ରାରେ ବାହାରିଥିଲେ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.