ଝାରସୁଗୁଡ଼ାରେ ପହଞ୍ଚିଲା ବନ୍ଦେ ଭାରତ ଟ୍ରେନ - ବନ୍ଦେ ଭାରତ ଟ୍ରେନ୍ ଶୁଭାରମ୍ଭ

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 24, 2023, 10:11 PM IST

ଝାରସୁଗୁଡ଼ା: ଆଜିଠୁ ଦକ୍ଷିଣ ଓଡିଶାକୁ ଗଡିଛି ବନ୍ଦେ ଭାରତ ଏକ୍ସପ୍ରେସ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫେରେନ୍ସ ମଧ୍ୟମରେ ଏହାକୁ ଉଦଘାଟନ କରିଛନ୍ତି  । ଏହି ଟ୍ରେନଟି ପୁରୀଠାରୁ ରାଉରକେଲାକୁ ଗଡିବ । ଝାରସୁଗୁଡ଼ା ରେଳ ଷ୍ଟେସନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବନ୍ଦେ ଭାରତ ଏକ୍ସପ୍ରେସକୁ ଭବ୍ୟ ସ୍ବାଗତ କରାଯାଇଛି । ଏହି ଟ୍ରେନ୍ ଶୁଭାରମ୍ଭ ହେବା ପରେ ଓଡ଼ିଶାକୁ ମିଳିଛି ୨ ବନ୍ଦେ ଭାରତ ଏକ୍ସପ୍ରେସ୍ ।

ଏହି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଶନିବାର ବ୍ୟତୀତ ସପ୍ତାହରେ ୬ ଦିନ ଚାଲିବ । ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ୫୦୫ କିଲୋମିଟର ଦୂରତାକୁ ମାତ୍ର ୭ ଘଣ୍ଟା ୪୫ ମିନିଟରେ ଅତିକ୍ରମ କରିବ । ବନ୍ଦେ ଭାରତ ଏକ୍ସପ୍ରେସ ପାଇଁ ପଶ୍ଚିମ ଓଡ଼ିଶାବାସୀ କେନ୍ଦ୍ର ସରକାରଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଦେବା ସହ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏକ ହସ ଖୁସିର ଲହରୀ ଖେଳିଯାଇଛି ।

ଏହା ମଧ୍ୟ ପଢନ୍ତୁ...ପୁରୀରୁ ରାୟପୁରକୁ ବନ୍ଦେ ଭାରତ ଚଳାଚଳ ପାଇଁ ଦାବି, ସମୟ ଆସିଲେ ନିଶ୍ଚିତ ଗଡିବ କହିଲେ ଧର୍ମେନ୍ଦ୍ର

ଝାରସୁଗୁଡ଼ା ରେଳ ଷ୍ଟେସନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି କାର୍ଯ୍ୟକ୍ରମରେ ସାଂସଦ ସୁରେଶ ପୂଜାରୀ, ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ, ସହିତ ସମସ୍ତ ରେଳ କତୃପକ୍ଷ ଓ ସହ ସହ ସ୍ଥାନୀୟ ବାସିନ୍ଦା ପ୍ରମୁଖ ଉପସ୍ଥିତ ଥିଲେ । 

ଇଟିଭି ଭାରତ,ଝାରସୁଗୁଡ଼ା
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.