ଡଗ୍ ସ୍କ୍ବାର୍ଡକୁ ବିଦାୟ କାଳୀନ ସମ୍ବର୍ଦ୍ଧନା: କଟା ହେଲା କେକ୍, ପଡିଲା ରେଡ୍ କାର୍ପେଟ - କେକ୍ କାଟି ଡଗ୍ ସ୍କ୍ବାର୍ଡକୁ ବିଦାୟ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-17238318-thumbnail-3x2-party.jpg)
ଶିମଲା: ହିମାଚଳ ପ୍ରଦେଶରେ ଏକ ଡଗ୍ ସ୍କ୍ବାର୍ଡକୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । କୁକୁରଙ୍କର ଏହି ବିଦାୟ ପାର୍ଟି ଏତେ ଧୁମଧାମରେ କରାଯାଇଛି ଯେ, ଯାହା ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କୁଲ୍ଲୁ ଅନ୍ତର୍ଗତ ଭୁନ୍ତର ବିମାନ ବନ୍ଦରରେ ମୁତୟନ ଥିବା ଡଗ୍ ସ୍କ୍ବାର୍ଡ ସାମ୍ ଓ ମାକ୍ସ ୯ ବର୍ଷ କାର୍ଯ୍ୟକାଳ ପୁରା ହେବା ପରେ ବିଦାୟ ନେଇଛନ୍ତି । ସାମ୍ ଓ ମାକ୍ସ ପାଇଁ ରେଡ୍ କାର୍ପେଟ ବିଛାଯିବା ସହ କେକ୍ କଟାଯାଇଛି । ଦୁହିଁଙ୍କୁ କର୍ତ୍ତୃପକ୍ଷ ଗ୍ରାଣ୍ଡ ସାଲ୍ୟୁଟ ଦେଇଛନ୍ତି । ଏହାପରେ ଜିପ୍ରେ ବସାଇ ସେମାନଙ୍କୁ ପରିକ୍ରମା କରାଯାଇଛି । ଏହି ସମୟରେ ସମସ୍ତେ ଦୁଇ କୁକୁରଙ୍କ ଜୟଗାନ କରୁଥିବା ମଧ୍ୟ ଶୁଣିବାକୁ ମିଳିଛି ।
Last Updated : Feb 3, 2023, 8:36 PM IST
TAGGED:
grand farewell to dog squad