thumbnail

By ETV Bharat Odisha Team

Published : Sep 10, 2023, 12:02 PM IST

Updated : Sep 10, 2023, 12:31 PM IST

ETV Bharat / Videos

ବାଲେଶ୍ବରରେ କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ବାଲେଶ୍ବର: କୋଇଲା ଟ୍ରେନରେ ଲାଗିଲା ନିଆଁ । ଶନିବାର ବାଲେଶ୍ବର ଜିଲ୍ଲା ସୋର ରେଳ ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମରେ ଗୋଟିଏ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଏହି ଟ୍ରେନ କଟକର ନିର୍ଗୁଣ୍ଡିରୁ ପଶ୍ଚିମବଙ୍ଗର ଦୁର୍ଗାପୁର ଅଭିମୁଖେ ଯାଉଥିଲା । ମାର୍କୋଣା ଷ୍ଟେସନ ନିକଟରେ ଷ୍ଟେସନ କର୍ମଚାରୀମାନେ ଟ୍ରେନରେ ନିଆଁ ଲାଗିଥିବା ଜାଣିବାକୁ ପାଇଥିଲେ । ଏ ସମ୍ପର୍କରେ ଷ୍ଟେସନ ମାଷ୍ଟର ଗାର୍ଡ ଓ ସୋର ଷ୍ଟେସନ ମାଷ୍ଟରଙ୍କୁ ଜଣାଇବା ପରେ ଟ୍ରେନ ସୋର ଷ୍ଟେସନରେ ଅଟକିଥିଲା । ନିଆଁ ଆୟତ୍ତ କରିବାକୁ ରେଳ କର୍ମଚାରୀଙ୍କ ପକ୍ଷରୁ ସୋର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇ ସୋର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଷ୍ଟେସନରେ ପହଞ୍ଚି ନିଆଁ ଲିଭାଇଥିଲେ । ଏହାପରେ ଟ୍ରେନଟି ଗନ୍ତବ୍ୟ ସ୍ଥଳକୁ ଯାଇଥିଲା । ତେବେ କେମିତି ଏହି କୋଇଲା ଟ୍ରେନରେ ନିଆଁ ଲାଗିଲା ସେନେଇ କୌଣସି ସୂଚନା ନାହିଁ । 

ଏହାମଧ୍ୟ ପଢନ୍ତୁ: ତେଲ ଟ୍ୟାଙ୍କର ଟ୍ରେନରେ ନିଆଁ, ଅଳ୍ପକେ ଟଳିଗଲା ବଡ ଦୁର୍ଘଟଣା

ଏଇ କିଛି ଦିନ ତଳେ ତାମିଲନାଡୁର ମଦୁରାଇ ରେଳ ଷ୍ଟେସନ ନିକଟରେ ଏକ ଟୁରିଷ୍ଟ ଟ୍ରେନରେ ନିଆଁ ଲାଗିଥିଲା । ଏଥିରେ ୯ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଥିଲେ । ଟ୍ରେନଟି ଲକ୍ଷ୍ନୌରୁ ରାମେଶ୍ବରମ ଯାଉଥିଲେ । ଭୋର୍ ସମୟରେ ଷ୍ଟେସନ ନିକଟରେ ଅଟକି ଥିବାବେଳେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା  ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 10, 2023, 12:31 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.