ETV Bharat / state

ପ୍ରତି ପଞ୍ଚାୟତରେ ଆୟୁଷ୍ମାନ ଭାରତ ମନ୍ଦିର, କେଉଁମାନେ ଆୟୁଷ୍ମାନ ଭାରତ ପାଇଁ ଯୋଗ୍ୟ ? - AYUSHMAN BHARAT YOJANA

34 ତମ ରାଜ୍ୟ ଭାବେ ଓଡିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଯୋଜନା (ଏବି ପିଏମଜେଏୟୁ) ଲାଗୁ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ MOU ସ୍ବାକ୍ଷର ହୋଇଛି ।

କେଉଁମାନେ ଆୟୁଷ୍ମାନ ଭାରତ ପାଇଁ ଯୋଗ୍ୟ ?
କେଉଁମାନେ ଆୟୁଷ୍ମାନ ଭାରତ ପାଇଁ ଯୋଗ୍ୟ ? (ETV Bharat)
author img

By ETV Bharat Odisha Team

Published : Jan 13, 2025, 5:47 PM IST

୨୦୨୫ ଫେବୃଆରୀରେ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ଆଜି ନୂଆଦିଲ୍ଲୀରେ ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟରେ ଏମଓୟୁ ସ୍ବାକ୍ଷର ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ MOU ସ୍ବାକ୍ଷର ହୋଇଛି । 34 ତମ ରାଜ୍ୟ ଭାବେ ଓଡିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଯୋଜନା (ଏବି ପିଏମଜେଏୟୁ) ଲାଗୁ ହେବାକୁ ଯାଉଛି । ଓଡ଼ିଶାର ପ୍ରାୟ ସାଢେ଼ ୩ କୋଟି ଲୋକ ଏହି କାର୍ଡରେ ସୁବିଧା ପାଇବେ। ଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ନାଁରେ ରହିବ ଗୋଟିଏ କାର୍ଡ ।

ସାଢେ 3 କୋଟି ଲୋକେ ଆୟୁଷ୍ମାନର ପାଇବେ ସୁବିଧା:-

ଓଡ଼ିଶାରେ ଆୟୁଷ୍ମାନ ଯୋଜୋନ ଲାଗୁ କରିବା ପାଇଁ MoU ସ୍ଵାକ୍ଷର ହୋଇଛି, ଏନେଇ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ‘‘ବିରୋଧୀ ଦଳରେ ଥିଲା ସମୟରେ ଅନେକ ବାର ଏହାକୁ ଲାଗୁ କରିବାକୁ ଦାବି କରି ଆସୁଥିଲୁ। ବର୍ତ୍ତମାନ ସମୟରେ ସରକାରକୁ ଆସିବା ପରେ ଆମେ ପ୍ରତିଶ୍ରୁତି ପାଳନ କରିଛୁ। ତେବେ ରାଜ୍ୟରେ ୧.୩ କୋଟି ପରିବାରର ସାଢ଼େ ୩ କୋଟି ଲୋକ ଏହି ଯୋଜନାରେ ବିଶେଷ ଭାବରେ ଉପକାର ପାଇବେ। ଗୋପବନ୍ଧୁ ଜନ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଗୋଟିଏ କାର୍ଡରେ ମିଳିବ। ସାରା ଦେଶରେ ଯିଏ ଯେଉଁଠି ଥିଲେ ବି ଏହାର ସୁଯୋଗ ପାଇବେ। ଏହା ସହ ଦେଶର ପ୍ରାୟ ୩୦ ହଜାର ହସ୍ପିଟାଲ୍‌ରେ ଏହାର ସୁବିଧା ପାଇପାରିବେ ଜନସାଧାରଣ’’ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ଏହା ମଧ୍ୟ ପଢନ୍ତୁ ‘ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ, E-KYC କରିଥିଲେ ମିଳିବ କାର୍ଡ’

ଏହା ମଧ୍ୟ ପଢନ୍ତୁ ଆୟୁଷ୍ମାନ ଯୋଜନାର ମିଳିବ କାର୍ଡ, ସାମିଲ ହେବେ ରାଜ୍ୟ ବାହାରେ ଥିବା ଶ୍ରମିକ

ପ୍ରତି ପଞ୍ଚାୟତରେ ଆୟୁଷ୍ମାନ ଭାରତ ମନ୍ଦିର:-

‘‘ଓଡ଼ିଶାର ପ୍ରତି ପଞ୍ଚାୟତରେ ହେବ ଆୟୁଷ୍ମାନ ଭାରତ ମନ୍ଦିର। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଆୟୁଷ୍ମାନ ଭାରତ ମନ୍ଦିରରେ ଜଣେ ଯୋଗ ଶିକ୍ଷକ ରହିବେ। ସ୍ବାସ୍ଥ୍ୟକର୍ମୀଙ୍କ ସହ ଅନ୍ୟ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯିବ। ୨୦୧୮ ମସିହାରୁ ସାରା ଦେଶରେ ଆୟୁଷ୍ମାନ ଭାରତ ଲାଗୁ କରାଗଲାଣି। ୩ ଟି ରାଜ୍ୟ ରାଜନୈତିକ ହୀନମନ୍ୟତା ପାଇଁ ଲାଗୁ କରି ନଥିଲେ। ଆଜି ଓଡ଼ିଶା ପାଇଁ ଐତିହାସିକ ଦିନ। ଶେଷରେ ଏହା ଲାଗୁ ହେବାକୁ ଯାଉଛି ’’ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହୋନ ଚରଣ ମାଝୀ।

କେଉଁମାନେ ଆୟୁଷ୍ମାନ ଭାରତ ପାଇଁ ଯୋଗ୍ୟ ?
କେଉଁମାନେ ଆୟୁଷ୍ମାନ ଭାରତ ପାଇଁ ଯୋଗ୍ୟ ? (ETV Bharat)

ରାଜ୍ୟରେ 17,32,569 ପରିବାର ଥିବାବେଳେ 23,12,979 ଜଣ 70 ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ରହିଛନ୍ତି । 1.03 କୋଟି ଲୋକେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଯୋଜନାରେ ହେବେ ଲାଭବାନ। କେଉଁମାନେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଯୋଜନାର ହିତାଧିକାରୀ ? କେମିତି ଜାଣିବେ ଆପଣ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଯୋଜନା ପାଇଁ ଯୋଗ୍ୟ ନା ନୁହେଁ ?

କଣ ରହିଛି ସୁବିଧା ?

  • ପ୍ରତି ପରିବାରକୁ ମିଳିବ ଗୋଟିଏ କାର୍ଡ
  • ସାଢେ 3 କୋଟି ଲୋକେ ପାଇବେ ସୁବିଧା
  • ସମ୍ପୂର୍ଣ୍ଣ କ୍ୟାସଲେସ ଚିକିତ୍ସା ସୁବିଧା ରହିବ
  • କାର୍ଡରେ 5 ଲକ୍ଷ ଟଙ୍କାର ମାଗଣା ଚିକିତ୍ସା
  • ମହିଳାଙ୍କ ପାଇଁ ଅତିରିକ୍ତ 5 ଲକ୍ଷ ଟଙ୍କା ସୁବିଧା
  • ତାଲିକାଭୁକ୍ତ ହସ୍ପିଟାଲରେ ମାଗଣା ଚିକିତ୍ସା

କେଉଁ ମାନେ ଯୋଗ୍ୟ ?

  • 70 ବର୍ଷରୁ ଊର୍ଦ୍ଧ୍ବ ବୟସ୍କ
  • ବାହାର ରାଜ୍ୟରେ ରହୁଥିବା ଲୋକେ ବି ପାଇବେ ସୁବିଧା
  • E-kyc ଡାଟା ବେଶ ଆଧାରରେ କାର୍ଡ ମିଳିବ
  • BSKY ହିତାଧିକାରୀଙ୍କୁ ବି ମିଳିବ ସୁବିଧା

ଆୟୁଷ୍ମାନ ଯୋଜନା କଣ?

ଫେବୃଆରୀରେ ରାଜ୍ୟରେ ଲାଗୁ ହେବାକୁ ଯାଉଛି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ଏହି ଯୋଜନାରେ ପାଖାପାଖି ୩୦ ହଜାର ହସ୍ପିଟାଲ ଅନୁବନ୍ଧିତ ହେବ । ରାଜ୍ୟ ତଥା ରାଜ୍ୟ ବାହାରେ ରହିଥିବା ଲୋକମାନେ ଦେଶର ସମସ୍ତ ରାଜ୍ୟର ୩୦ ହଜାରରୁ ଅଧିକ ଡାକ୍ତରଖାନାରେ କ୍ୟାସଲେସ ଚିକିତ୍ସା ସୁବିଧା ପାଇପାରିବେ । ଓଡ଼ିଶା ବାହାରେ ରହୁଥିବା ପ୍ରବାସୀ ଶ୍ରମିକମାନେ ଏହି ଯୋଜନାରେ ଲାଭବାନ ହୋଇପାରିବେ । ପ୍ରଥମ ପର୍ଯ୍ୟାୟରେ ୧ କୋଟି ପରିବାରର ପ୍ରାୟ ୩ କୋଟି ୫୦ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟ କାର୍ଡ ମିଳିବ । ଲୋକ କ୍ୟାସଲେସ୍ ଚିକିତ୍ସା ସୁବିଧା ପାଇବେ । ୭୦ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କ ମଧ୍ୟ ଏହି ସ୍ୱାସ୍ଥ୍ୟବୀମା ସୁବିଧା ମିଳିବ । ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ରହିଛି । ରାଜ୍ୟ ବାହାରେ ଯେଉଁମାନେ କାମ କରୁଛନ୍ତି ସେମାନେ ମଧ୍ୟ ଏହି କାର୍ଡରେ ଚିକିତ୍ସା ପାଇପାରିବେ ।

ସାହାଯ୍ୟ ଓ ଅଭିଯୋଗ ପାଇଁ ନିକଟସ୍ଥ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ହସ୍ପିଟାଲ ବିଷୟରେ ଅଧିକ ବିବରଣୀ ପାଇଁ 14555 ନମ୍ବରରେ ଯୋଗାଯୋଗ କରନ୍ତୁ । ନଚେତ୍‌ ଅଧିକ ଜାଣିବା ପାଇଁ pmjay.gov.inରେ ଲଗ୍‌ ଇନ୍‌ କରନ୍ତୁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.