ETV Bharat / state

ଉତ୍ସବ ମୁଖର ରେଶମ ସହର, ଧୁମଧାମରେ ‘ଭୋଗୀ’ ପାଳିଲେ ଓଡ଼ିଆ-ତେଲୁଗୁ ସମ୍ପ୍ରଦାୟ - BHOGI 2025

ରେଶମ ସହରରେ ଧୁମଧାମରେ ପାଳନ ହୋଇଛି ‘ଭୋଗୀ’ ପର୍ବ । ଏକାଠି ହେଲେ ଓଡ଼ିଆ-ତେଲୁଗୁ ସମ୍ପ୍ରଦାୟ । ସାମିଲ ହେଲେ ବ୍ରହ୍ମପୁର ସାଂସଦ-ମେୟର ।

ଭୋଗୀ ପର୍ବ
ଭୋଗୀ ପର୍ବ (ETV Bharat Odisha)
author img

By ETV Bharat Odisha Team

Published : Jan 13, 2025, 8:48 PM IST

ବ୍ରହ୍ମପୁର: ଉତ୍ସବମୁଖର ଦକ୍ଷିଣ ଓଡିଶାର ପ୍ରମୁଖ ସହର ବ୍ରହ୍ମପୁର । ଧୁମଧାମରେ 'ଭୋଗୀ ପର୍ବ' ପାଳିଛନ୍ତି ଏଠାକାର ଓଡ଼ିଆ ଓ ତେଲୁଗୁ ଭାଷାଭାଷୀର ଜନସାଧାରଣ । ମୁଖ୍ୟତଃ ବ୍ରହ୍ମପୁରରେ ପାଖାପାଖି ୪୦ ପ୍ରତିଶତରୁ ଊର୍ଦ୍ଧ୍ୱ ତେଲୁଗୁ ଭାଷାଭାଷୀ ଲୋକେ ବସବାସ କରିଆସୁଥିବା ବେଳେ ଭୋଗୀ ପର୍ବ ଏଠାକାର ଏକ ବଡ ପର୍ବ ଭାବରେ ଦୀର୍ଘ ବର୍ଷ ଧରି ପାରମ୍ପାରିକ ରୀତିନୀତିରେ ଆୟୋଜିତ ହୋଇଆସୁଛି । ଏହାକୁ ପାଳନ କରିବାକୁ ସମସ୍ତେ ବର୍ଷ ତମାମ ସତେ ଯେପରି ସମସ୍ତେ ଅପେକ୍ଷା କରି ରହିଥାନ୍ତି ।

ଚାରି ଧରି ପାଳନ ହୁଏ ପର୍ବ:

ଭୋଗୀ ପର୍ବ (ETV Bharat Odisha)

ଚାରି ଦିନ ଧରି ଆୟୋଜିତ ହେଉଥିବା ଏହି ପର୍ବ ଅବସରରେ ସାମୂହିକ ଭାବେ ଭୋଗୀ ନିଆଁ ଲଗାଇବା ଠାରୁ ଆରମ୍ଭ କରି ନୂତନ ଚାଉଳରେ ଖିରୀ ପ୍ରସ୍ତୁତ କରିବା, ବିଭିନ୍ନ ପନିପରିବାକୁ ପୋଡାଯିବା, ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ଏବଂ ଶେଷରେ ବନ୍ଧୁ ପରିଜନଙ୍କ ସହିତ ହସଖୁସିରେ ଭୋଜି ଭାତ କରିବା ଭଳି ପରମ୍ପରା ରହିଆସିଛି । ଏଥିସହ ଏହି ସମୟରେ ସହରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ ।

ଭୋଗୀ ପର୍ବକୁ ନେଇ ଉତ୍ସବମୁଖର ରେଶମ ସହର:

ଭୋଗୀ ପର୍ବ
ଭୋଗୀ ପର୍ବ (ETV Bharat Odisha)

ତେଲୁଗୁ ଜନସାଧାରଣଙ୍କ ଏହି ପ୍ରସିଦ୍ଧ 'ଭୋଗୀ ପର୍ବ' ମୁଖ୍ୟତଃ ମଧ୍ୟରାତ୍ରରୁ ଆରମ୍ଭ ହୋଇଥାଏ । ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଏହାକୁ ସାମୂହିକ ଭାବେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ବେଶ ଉତ୍ସାହର ସହିତ ଏହାକୁ ଆୟୋଜନ କରାଯାଇଥିଲା । ସମସ୍ତେ ଏକତ୍ରିତ ହୋଇ ଭୋଗୀ ନିଆଁ ଲଗାଇବା ସହିତ ଭଗବାନ କୃଷ୍ଣଙ୍କୁ ପୂଜାର୍ଚ୍ଚନା କରିଥିଲେ । ଭୋଗୀ ଏବଂ ପୋଙ୍ଗଲ ଉତ୍ସବର ପ୍ରଥମ ଦିବସରେ ମୁଖ୍ୟତଃ ନୂତନ ବିବାହ କରିଥିବା କନ୍ୟା ମାନଙ୍କ ସହିତ ବିବାହିତ ମହିଳା ମାନେ ଭୋଗୀ ପର୍ବକୁ ପାଳନ କରିବା ପାଇଁ ନିଜ ବାପଘରକୁ ଆସିଥାନ୍ତି । ଏଥିସହ ନୂତନ ବସ୍ତ୍ର ପରିଧାନ କରିବାର ପରମ୍ପରା ରହିଥିବା ବେଳେ ଏଥିସହ ମୁଖ୍ୟତଃ ମହିଳା ମାନେ ସୁନା ଅଳଙ୍କାର ପରିଧାନ କରି । ସହରରେ ରହୁଥିବା ତେଲୁଗୁ ପରିବାର ପ୍ରତେକ ଘରକୁ ସେମାନଙ୍କ ବହୁ ବନ୍ଧୁ ପରିଜନ ଆସି ପହଞ୍ଚିବା ସହ ଏହି ଉତ୍ସବରେ ସାମିଲ ହୋଇଥାନ୍ତି ।

ଭୋଗୀ, ପଙ୍ଗଲ, କାନୁମୁ, ମୁକାନୁମୁକୁ ଏଭଳି ରୂପେ ହୋଇଥାଏ ପାଳନ :

ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତିର ଗୋଟିଏ ଦିନ ପୂର୍ବରୁ ଏବଂ ସଂକ୍ରାନ୍ତି ଦିନ ଏବଂ ଏହାର ଦୁଇ ଦିନ ପରେ ଏଭଳି ମୋଟ ଚାରି ଦିନ ଧରି ତେଲୁଗୁ ଭାଷାଭାଷୀର ପରିବାର ବର୍ଗ ଭୋଗୀ ଓ ପଙ୍ଗଲ ଉତ୍ସବକୁ ମହାସମାରୋହରେ ପାଳନ କରିଥାନ୍ତି ।

ପ୍ରଥମ ଦିନ ଭୋଗୀ:

ଭୋଗୀ ପର୍ବ
ଭୋଗୀ ପର୍ବ (ETV Bharat Odisha)

ପ୍ରଥମ ଦିବସରେ ଭୋଗୀ ପର୍ବ କୁହାଯାଇଥାଏ । ପ୍ରତେକ ପରିବାରର ଆବାଳ ବୃଦ୍ଧ ବନୀତା ଏହି ଉତ୍ସବରେ ସାମୁହିକ ଭାବରେ ସାମିଲ ହେଉଥିବା କୁହନ୍ତି ବ୍ରହ୍ମପୁରର ବାସିନ୍ଦା ଏମ.ଚନ୍ଦ୍ରକଳାସେ କହିଛନ୍ତି, ‘ପ୍ରଥମ ଦିନରେ ଶିଶୁ ମାନଙ୍କ ପାଇଁ ମୁଖ୍ୟତଃ ପୂଜାର୍ଚ୍ଚନା କରାଯାଇଥାଏ । କାଠ ସହିତ ଗୋବର ଘସିକୁ ବ୍ୟବହାର କରି ଭୋଗୀ ନିଆଁ ଲଗାଯିବା ପରେ ସେଥିରେ କନ୍ଧମୂଳକୁ ପୋଡାଯିବା, ନୂତନ ଚାଉଳରେ ଖିରି ପ୍ରସ୍ତୁତ କରି ପୂଜାର୍ଚ୍ଚନା କରାଯିବା, ଭଗବାନ ଶ୍ରୀକୃଷ୍ଣଙ୍କୁ ରଖି ପୂଜାର୍ଚ୍ଚନା କରାଯିବା ପରେ ତାରି ଚତୁଃପାର୍ଶ୍ୱରେ ପରିକ୍ରମା କରି ବୁଲିବା, ଛୋଟ ଶିଶୁଙ୍କ ପାଇଁ କୌଣସି ନକରାତ୍ମକ ପ୍ରଭାବ ନରହିବା ପାଇଁ( ଭୋଗିପଲୁ) ପୁଜାର୍ଚ୍ଚନା ପରି ଅନେକ ପ୍ରକାର ପୁଜାର୍ଚ୍ଚନା ପ୍ରଥମ ଦିନରେ ହୋଇଥାଏ ।’

ଦ୍ବିତୀୟ ଦିନ ପୋଙ୍ଗଲ:

ସେହିପରି ଏହି ପର୍ବର ଦ୍ଵିତୀୟ ଦିବସରେ ପୋଙ୍ଗଲ ପର୍ବ ବା ଏହି ଦିନ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯିବାର ବିଧି ନିୟମ ରହିଛି ।

ତୃତୀୟ ଦିନ କାନୁମୁ:

ଏହାପରେ ତୃତୀୟ ଦିନ କାନୁମୁ ପର୍ବ ପାଳନ କରାଯାଇଥାଏ ଯାହା ପଶୁ ପକ୍ଷୀଙ୍କ ପାଇଁ ।

ଚତୁର୍ଥ ଦିନ ମୁକାନୁମୁ:

ଅନ୍ତିମ ଦିବସ ବା ଚତୁର୍ଥ ଦିନ ମୁକାନୁମୁ ଭାବରେ ପ୍ରତ୍ୟେକ ପରିବାରରେ ଏହାକୁ ସାମୁହିକ ଭାବରେ ହସଖୁସି ସହକାରେ ପାଳନ କରିଥାନ୍ତି ।

ଭୋଗୀ ପର୍ବ
ଭୋଗୀ ପର୍ବ (ETV Bharat Odisha)
ଶୀତ ଦିନରେ ଭୋଗୀ ନିଆଁ ସହିତ କନ୍ଧମୂଳ ପୋଡା:

ପ୍ରତ୍ୟେକ ବର୍ଷ ମୁଖ୍ୟତଃ ମକର ସଂକ୍ରାନ୍ତି ଅବସରରେ ଚାରିଦିନ ଧରି ତେଲଗୁ ସଂପ୍ରଦାୟର ପାଳନ କରୁଥିବା ଉତ୍ସବକୁ ବ୍ରହ୍ମପୁର ସହରରେ କେବଳ ତେଲୁଗୁ ଭାଷାଭାଷୀ ନୁହେଁ ଓଡିଆ ପରିବାର ମାନେ ମଧ୍ୟ ବେଶ ଏହାର ଅନେକ ମଜ୍ଜା ନେଇଥାନ୍ତି । ଶୀତ ଦିନରେ ସହରର ସାହିସାହିରେ ଭୋଗୀ ନିଆଁକୁ ନିକଟରେ ଭୋର ସକାଳ ଏବଂ ରାତ୍ର ସମୟରେ ବସିବା ସହିତ ସେହି ନିଆଁରେ କନ୍ଧମୂଳ ପୋଡି ଭୋଗୀ ସମୟରେ ସମସ୍ତେ ଖାଇଥାନ୍ତି ।

ଲୋକ ବିଶ୍ବାସ ରହିଛି ଅନେକ ରୋଗ ଦୂର ହୁଏ:

କୁହାଯାଏ ଶୀତ ଦିନରେ ଶରୀରରେ ରହୁଥିବା ଥଣ୍ଡା ଓ ସର୍ଦ୍ଦି କାରଣରୁ ଦେଖାଦେଉଥିବା ଅନେକ ରୋଗ ଏହି ଭୋଗୀ କାଠ ନିଆଁରେ ଅନେକଙ୍କ ଉଭାନ ହୋଇଯାଇଥାଏ । ଏଥିସହ ପୂଜା କରୁଥିବା କୁଆଁରୀ ଝିଅ ମାନେ ପୂର୍ବରୁ ରଖିଥିଗବା ଶୁଖୁଲା ଗୋବର ପିଣ୍ଡୁଳାକୁ ଏହି ଭୋଗୀ ନିଆଁରେ ମାଳ କରି ପକାଇଥାନ୍ତି । ସହରର ପ୍ରମୁଖ ସ୍ଥାନ କୁହାଯାଉଥି ବା ବଡ଼ବଜାର, ସାନବଜାର, ପ୍ରେମନଗର, ଖଲାସି ସାହି, ବଗୁଲି ସାହି ଏବଂ ବାଚୁଆରୀ ସାହି ଭଳି ପ୍ରମୁଖ ଅଞ୍ଚଳରେ ଭୋଗୀ ଦେଖିବାକୁ ମିଳିଥିବା ବେଳେ ନୂତନ ବସ୍ତ୍ର ପରିଧାନ କରି ପରିବାରର ସମସ୍ତେ ଏହାର ବେଶ ମଜ୍ଜା ନେଇଥାନ୍ତି ।ଏଥିସହ ମକର ସଂକ୍ରାନ୍ତିରେ ପିଠାପଣା ସହିତ ମକର ଚାଉଳ କରାଯାଇ ମହିଳା ମାନେ ବେଶ ଖୁସି ମନାଇଥାନ୍ତି ।

ଭୋଗୀ ପର୍ବ
ଭୋଗୀ ପର୍ବ (ETV Bharat Odisha)

ଯିଏ ଯେଉଁଠି ଥିଲେ ଘରକୁ ଆସନ୍ତି:

ଏନେଇ ବ୍ରହ୍ମପୁର ମହାନଗର ନିଗମର କର୍ପୋରେଟର ଟି.କିଶୋର କହିଛନ୍ତି, ‘ଏପରିକି ମକର ସଂକ୍ରାନ୍ତି ଅବସରରେ ସାରା ଦେଶରେ ଏହାକୁ ଗଣପର୍ବ ଭାବରେ ଭାରତୀୟ ମାନେ ଏହାକୁ ପାଳନ କରି ଆସୁଥିବା ଦେଖାଯାଏ । ମୁଖ୍ୟତଃ ଦକ୍ଷିଣ ଭାରତର ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ,ତେଲେଙ୍ଗାନା ଏବଂ ଓଡିଶାରେ ଦକ୍ଷିଣରେ ପୋଙ୍ଗଲକୁ ଧୁମଧାମରେ ପାଳନ କରାଯାଏ । ଏହି ସମୟରେ ବିଦେଶରେ ରହୁଥିବା ବ୍ୟକ୍ତିବିଶେଷ ମାନେ ନିଜ ଘରକୁ ଆସିଥାନ୍ତି ।’

ଏହା ମଧ୍ୟ ପଢନ୍ତୁ:

ଗଜପତିରେ ଭୋଗୀ ପାଳିଲେ ତେଲୁଗୁ ସମ୍ପ୍ରଦାୟ, ସବୁଠି ଉତ୍ସାହର ମାହୋଲ

ଉଦୟଗିରିରେ ଚାଲିଛି ଗୁରୁ ପଦ୍ମସମ୍ଭବ ସମ୍ମିଳନୀ, ବିଶ୍ବର ଶାନ୍ତି ପାଇଁ ପ୍ରାର୍ଥନା

ପାରମ୍ପରିକ ନୃତ୍ୟଗୀତ ସହ ପାଳିତ ହେଲା 'ଡଙ୍ଗର ଉତ୍ସବ'

ସୂର୍ଯ୍ୟଙ୍କ ଦିଗ ପରିବର୍ତ୍ତନ, ଗୋଟିଏ ପର୍ବ ନାଁ ଅନେକ:

ପବିତ୍ର ପୌଷମାସ ଶୁକ୍ଲ ପକ୍ଷ ପୂର୍ଣ୍ଣିମା । ଯାହାକୁ ପୌଷ ପୂର୍ଣ୍ଣମା କୁାଯାଇଥାଏ । ଏହାପରେ ମକର ସଂକ୍ରାନ୍ତି ପର୍ବ । ମକର ସଂକ୍ରାନ୍ତି ଠାରୁ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କ ଦିଗ ପରିବର୍ତ୍ତନ ହୋଇଥାଏ । ଏହି ସମୟରେ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ହୋଇଥାଏ । ଯାହାକି ଦେଶରେ ଶୀତର ମାତ୍ରା ଧିରେ ଧିରେ କମି ଗରମ ଆରମ୍ଭ ହୋଇଥାଏ । ଏହାକୁ ଦକ୍ଷିଣରେ ପୋଙ୍ଗଲ, ଉତ୍ତରରେ ଲୋହରୀ, ପୂର୍ବରେ ମକର ସଂକ୍ରାନ୍ତି ଓ ଉତ୍ତର-ପୂର୍ବରେ ବିହୁ ଭାବେ ଏହି ପର୍ବକୁ ପାଳନ କରିଥାନ୍ତି ଦେଶବାସୀ ।

ଭୋଗୀ ପର୍ବ
ଭୋଗୀ ପର୍ବ (ETV Bharat Odisha)

ତେଲୁଗୁ ସହିତ ଓଡ଼ିଆ ପରିବାର ମିଶି ପାଳନ୍ତି ପର୍ବ:

ବ୍ରହ୍ମପୁରରେ ଦୀର୍ଘ ବର୍ଷ ଧରି ପୋଙ୍ଗଲ ପର୍ବକୁ ତେଲୁଗୁ ସହିତ ଓଡିଆ ପରିବାର ଭାଇଚାରା ମଧ୍ୟରେ ଏହି ଉତ୍ସବକୁ ପାଳନ କରି ଆସୁଥିବା ଦେଖିବାକୁ ମିଳୁଛି । ପ୍ରତେକ ସାହିରେ ଭୋଗୀ ନିଆଁ ଲଗାଇବା, ମିଳିମିଶି ନାଚଗୀତରେ ସାମିଲ ହେବା, ଭୋଜି ଭାତ କରିବା ଭଳି ଏହି ପର୍ବକୁ ରେଶମ ସହରରେ ଏକ ସ୍ୱତନ୍ତ୍ର ଭାବରେ ପାଳନ କରିଥାନ୍ତି । ସେପଟେ ବ୍ରହ୍ମପୁର ଭଳି ଭାଇଚାରାର ସହରରେ ସମସ୍ତେ ମିଳିତ ଭାବରେ ଭୋଗି ଓ ପୋଙ୍ଗଲ ପର୍ବକୁ ପ୍ରତେକ ବର୍ଷ ପାଳନ କରୁଥିବା କହିଛନ୍ତି ବ୍ରହ୍ମପୁର ଅର୍ବାନ କର୍ପୋରେଟ ବ୍ୟାଙ୍କର ସଭାପତି ଆର୍.ମୁରଲି ମୋହନ । ସେପଟେ ପରମ୍ପରା ଏବଂ ସଂସ୍କୃତିକୁ ନେଇ ପାରମ୍ପାରିକ ରୀତୀନୀତିରେ ଏହାକୁ ବେଶ ମଜ୍ଜା ନେଉଥିବା ବେଳେ ଏଥିରେ ଉଭୟ ଓଡିଆ ଓ ତେଲୁଗୁ ସମସ୍ତେ ସାମିଲ ହୋଇଯାଉଥିବା କହିଛନ୍ତି କର୍ପୋରେଟର ଆର୍.ପାୱାନୀ ।

ଭୋଗୀ ପର୍ବ
ଭୋଗୀ ପର୍ବ (ETV Bharat Odisha)

ଜମିଥାଏ ସାଂସ୍କୃତିକ କାର୍ଯ୍ୟକ୍ରମ:

ଗୋଟିଏ ପଟେ ପାରମ୍ପାରିକ ରୀତୀନୀତିରେ ଭୋଗୀ, ପୋଙ୍ଗଲ ଭଳି ପର୍ବରେ ପୂଜାର୍ଚ୍ଚନା ସହିତ ସମସ୍ତ ପ୍ରକାର କାର୍ଯ୍ୟ କରାଯାଉଥିବା ବେଳେ ଅନ୍ୟପଟେ ଏହି ସମୟରେ ବ୍ରହ୍ମପୁରରେ ଜମିଥାଏ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମର ମଜ୍ଜା । ଯାହାକି ସମସ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ପର୍ବର ମଜା ଉଠାଇଛନ୍ତି । ସମସ୍ତେ ଏକାଠି ହୋଇ ଭାଇଚାରାର ବାର୍ତ୍ତା ନେଇ ଚାରି ଦିନ ବ୍ୟାପୀ ଏହି ପର୍ବ । ଚଳିତବର୍ଷ ଏହାକୁ ସାମୁହିକ ଭାବରେ ସହରରେ ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜ ଏବଂ ତେଲୁଗୁ ଭାଷା ଓ ସାଂସ୍କୃତିକ ଆସୋସିଏନ୍ ପକ୍ଷରୁ ମିଳିତ ଭାବରେ ସହରର ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଖେଳ ପଡିଆ ଠାରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ନାଚ ଗୀତର ତାଳେତାଳେ ଅତ୍ୟନ୍ତ ମଜ୍ଜା ନେଇଥିଲେ ସମସ୍ତେ ।

କାର୍ଯ୍ୟକ୍ରମରେ ସାମିଲ ହେଲେ ବ୍ରହ୍ମପୁର ସାଂସଦ:

ବ୍ରହ୍ମପୁରରେ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର ପୋଙ୍ଗଲ ପର୍ବରେ ସାମିଲ ହୋଇଥିଲେ ବ୍ରହ୍ମପୁରର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସମେତ ବ୍ରହ୍ମପୁରର ମେୟର ସଙ୍ଘମିତ୍ରା ଦଳେଇଙ୍କ ସମେତ ବହୁ ନିର୍ବାଚିତ ପ୍ରତିନିଧି ଓ ବରିଷ୍ଠ ନେତୃବୃନ୍ଦ । ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କ ଠାରୁ ଆରମ୍ଭ କରି ବ୍ରହ୍ମପୁର ଅର୍ବାନ ସମବାୟ ବ୍ୟାଙ୍କର ସଭାପତି ଆର୍.ମୁରଲି ମୋହନଙ୍କ ସମେତ ବହୁ କର୍ପୋରେଟର ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.