ହାଇଦ୍ରାବାଦ: ବର୍ତ୍ତମାନ ହଲିଉଡ ହବ୍ କୁହାଯାଉଥିବା କାଲିଫର୍ଣ୍ଣିଆ ଅଞ୍ଚଳରେ ଚିନ୍ତାର କାରଣ ବନିଛି ଜଙ୍ଗଲ ନିଆଁ । ଜାନୁଆରୀ 7ରୁ ଲାଗିଥିବା ଏହି ନିଆଁ ଥମିବାର ନା ନେଉନାହିଁ । ଦିନକୁ ଦିନୁ ନିଆଁର ପ୍ରକାପ ବଢୁଥିବା ବେଳେ ପାଗ ପରିବର୍ତ୍ତନ ବର୍ତ୍ତମାନ ସ୍ଥିତିକୁ ଆହୁରି ଗମ୍ଭୀର କରିଛି । ବିଭିନ୍ନ ପ୍ରୟାସ ପରେ ମଧ୍ୟ ନିଆଁକୁ ଆୟତ୍ତ କରାଯାଇପାରୁନାହିଁ । ଏହାକୁ ନେଇ ଅଭିନେତା ସବ୍ୟସାଚୀ ମିଶ୍ର ଚିନ୍ତା ପ୍ରକଟ କରିବା ସହ ଫ୍ୟାନ୍ସଙ୍କୁ ଏପରି ଅପିଲ୍ କରିଛନ୍ତି ।
ଗଲାଣି 24 ଜୀବନ, ସଚେତନ କଲେ ସବ୍ୟସାଚୀ:
ବର୍ତ୍ତମାନ ସୁଦ୍ଧା 24 ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଘରଦ୍ୱାର, ସମ୍ପତ୍ତି ନିଆଁ ଆଁରେ ଜଳି ପାଉଁଶ ହୋଇଗଲାଣି । ଫଳରେ ସେଲିବ୍ରିଟିଙ୍କ ଠାରୁ ସାଧାରଣ ଲୋକେ ବାସହରା ହୋଇପଡିଲେଣି । ସେପଟେ ରାଜ୍ୟରେ ଚାଲିଛି ବଣଭୋଜିର ଋତୁ । ଶୀତ ଦିନିଆ ପାଗରେ ଲୋକେ ପ୍ରାୟତଃ ନିଜ ପରିବାର, ସାଙ୍ଗସାଥୀଙ୍କ ସହ ବଣଭୋଜି କରି ବୁଲାବୁଲି ସହ ରୋଷେଇ କରି ସେଠାରେ ଖାଦ୍ୟପେୟର ମଜା ନେଇଥାନ୍ତି । ଏପରି ସମୟରେ ବର୍ତ୍ତମାନ ଲୋକଙ୍କୁ ସଚେତନ କରିଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ମହାପାତ୍ର । ଅଭିନେତା କାଲିଫର୍ଣ୍ଣିଆ ଅଞ୍ଚଳର ଜଳୁଥିବା ଜଙ୍ଗଲ ଘଟଣା ନେଇ ଚିନ୍ତା ପ୍ରକଟ କରିବା ସହ ବଣଭୋଜିର ମଜା ନେଉଥିବା ବେଳେ ଚୁଲିରେ ନିଆଁ ନ ଲିଭାଇବା ଭଳି ଛୋଟିଆ ଭୁଲ କିପରି ବିରାଟ କ୍ଷତି କରାଇପାରେ ତାକୁ ନେଇ ଲୋକଙ୍କୁ ସଚେତନ କରାଇଛନ୍ତି ।
କାଲିଫର୍ଣ୍ଣିଆରେ ଜଳୁଛି ଜଙ୍ଗଲ, ଚିନ୍ତାପ୍ରକଟ କଲେ ସବ୍ୟସାଚୀ
ସବ୍ୟସାଚୀ ମିଶ୍ର କାଲିଫର୍ଣ୍ଣିଆ ଜଙ୍ଗଲ ଅଗ୍ନିକାଣ୍ଡକୁ ନେଇ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ କହୁଛନ୍ତି, ''ପାଣିପାଗ ପରିବର୍ତ୍ତନ କେତ ଭୟଙ୍କର ହୋଇପାରେ ତାହା ନିକଟରେ ଆମେରିକାର କାଲିଫର୍ଣ୍ଣିଆର ଜଙ୍ଗଲରେ ଲାଗିଥିବା ଅଗ୍ନିକାଣ୍ଡରୁ ଆକଳନ କରିହେବ । ଏହି ଅଗ୍ନିକାଣ୍ଡ ଟ୍ରାଜେଡି ଲସ ଏଞ୍ଜେଲସ ସିଟିର ବିରାଟ ବଡ ଅଂଶକୁ ଧ୍ୱଂସ କରିସାରିଛି । ଲସ ଏଞ୍ଜେଲସ ସେହି ଜାଗା ଯାହାକୁ ହଲିଉଡ ପାଇଁ ବିଶ୍ୱରେ ପ୍ରସିଦ୍ଧ । ଜଙ୍ଗଲ ନିଆଁ ଯୋଗୁଁ ଏହି ଅତ୍ୟାଧୁନିକ ପ୍ରଯୁଜ୍ୟ ଭରା ସହରରେ ଥିବା ଲକ୍ଷ ଲକ୍ଷ ଲୋକଙ୍କ ଘର, ସମ୍ପର୍ତ୍ତି ପୋଡି ନଷ୍ଟ ହୋଇଛି । କେବଳ ଏତିକି ନୁହେଁ ଘରକୁ ବଞ୍ଚାଇବାକୁ ଯାଇ ଅନେକଙ୍କ ଜୀବନ ମଧ୍ୟ ଚାଲିଗଲାଣି । କେଉଁ ଜଣେ ବ୍ୟକ୍ତିର ଅସାବଧାନତା ଯୋଗୁଁ ନିଆଁ ଆରମ୍ଭ ହେଲା ଏବଂ ପାଗ ପରିବର୍ତ୍ତନର ଭୟାବୟତା ପାଇଁ ଏହି ନିଆଁ ଶୀଘ୍ର ବ୍ୟାପିଲା ।
'ବଣଭୋଜି ସମୟରେ ନିଆଁ ଲଗାଇଲେ ଅଣଦେଖା କରନ୍ତୁ ନାହିଁ'
ସେ ଆହୁରି କହିଛନ୍ତି, ''ଏପରି ସମୟରେ ଆମେ କୌଣସି ବଣଭୋଜି କରିବାକୁ ଯାଉ । ବଣଭୋଜି କରୁ । ସେଠାରେ ରୋଷେଇ ହୁଏ ଏବଂ କ୍ୟାମ୍ପ ଫାୟାର ହୁଏ । ହେଲେ ଫେରିବା ସମୟରେ ଯଦି ଆମେ ସେହି ନିଆଁକୁ ଲିଭାଇନଥିବା ଏବଂ ସେପରି ଛାଡିଆସିବା । ତେବେ ହୁଏତ ସେହି ନିଆଁ କେତେବେଳେ ଜଙ୍ଗଲର ଶୁଖିଲାପତ୍ର, କାଠ ମାଧ୍ୟମରେ ସବୁଆଡ଼େ ବ୍ୟାପି ବହୁ କ୍ଷତି କରିବ, ଯାହାକୁ ଆକଳନ କରିବା କଷ୍ଟକର । ତେବେ ଏହି ଭିଡିଓ ଆମକୁ ତାହା ଦେଖାଇଦେଇଛି । ଯାହା ଆମେରିକାରେ ବର୍ତ୍ତମାନ ଘଟୁଛି । ତାହା ଭାରତରେ ମଧ୍ୟ କେବେ ବି ହୋଇପାରେ । ଏଣୁ ଆମେ ସଚେତନ ରହିବା ନିହାତି ଆବଶ୍ୟକ । କେବେ ବି କୌଣସି ଜାଗାରେ ବଣଭୋଜି କରିବା ସମୟରେ ତାକୁ ଅଣଦେଖା କରିବା ଆସନ୍ତୁ ନାହିଁ ।''
ଏହା ମଧ୍ୟ ପଢନ୍ତୁ: ଲସ୍ ଆଞ୍ଜେଲସରେ ଜଳୁଛି ଜଙ୍ଗଲ; ଘର ଛାଡିଲେ ସେଲିବ୍ରିଟି, ଚିନ୍ତାପ୍ରକଟ କଲେ ପ୍ରିୟଙ୍କା
ସବ୍ୟସାଚୀ ମିଶ୍ରଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ,
ସେ 2023ରେ ରିଲିଜ ହୋଇଥିବା ଫିଲ୍ମ 'ପୁଷ୍କରା'ରେ ନଜର ଆସିଥିଲେ । ଶଙ୍କର ତ୍ରିପାଠୀଙ୍କ ରଚିତ ଓଡ଼ିଆ ଉପନ୍ୟାସ 'ନଡା ବିନ୍ଦୁ'ରୁ ପ୍ରସ୍ତୁତ ହୋଇଥି ଚଳଚିତ୍ର ପୁଷ୍କରା । ଏହି ଫିଲ୍ମ ଦୀର୍ଘ ଦିନ ଧରି ପ୍ରକ୍ଷାଳୟରେ ଚାଲିଥିବା ବେଳେ ଲୋକେ ଏଥିରେ ସବ୍ୟସାଚୀଙ୍କ ସମେତ ଅନେକ କଳାକାରଙ୍କ ଅଭିନୟକୁ ବେଶ ପ୍ରଶଂସା କରାଯାଇଥିଲା । ବର୍ତ୍ତମାନ ସେ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ରାଣ୍ଡୀପୁଅ ଅନନ୍ତା' ଫିଲ୍ମରେ ନଜର ଆସିବେ । ଫିଲ୍ମର ଅନ୍ୟ କାଷ୍ଟ ଏବଂ ରିଲିଜ ତାରିଖ ପ୍ରକାଶ କରାଯାଇନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ