ETV Bharat / technology

ନିଜ AI କ୍ୟାରେକ୍ଟର ତିଆରି କରିପାରିବେ WhatsApp ୟୁଜର; ଟେଷ୍ଟିଂ କରୁଛି କମ୍ପାନୀ - WHATSAPP PERSONALIZED AI CHARACTER

ଖୁବଶୀଘ୍ର ହ୍ବାଟ୍ସଆପ୍‌ ୟୁଜର ନିଜର AI କ୍ୟାରେକ୍ଟର ତିଆରି କରିପାରିବେ । ଏହି ଫିଚର ଏବେ ଟେଷ୍ଟିଂରେ ଅଛି । ଆଉ କଣ ସୁବିଧା ମିଳିବ ଜାଣନ୍ତୁ...

WhatsApp New Feature Alert
WhatsApp New Feature Alert (WhatsApp)
author img

By ETV Bharat Tech Team

Published : Jan 13, 2025, 6:52 PM IST

ହାଇଦ୍ରାବାଦ: ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ୟୁଜରଙ୍କୁ ସୁବିଧା ପ୍ରଦାନ କରିବା ଲାଗି ନିଜକୁ ଅପଡେଟ୍‌ କରିବାରେ ଲାଗିଛି । ଏଥିଲାଗି ଫ୍ଲାଟଫର୍ମ ନୂଆ ନୂଆ ଫିଚର ଆଣୁଛି । ଏକ ରିପୋର୍ଟ ଅନୁସାରେ, ଆଣ୍ଡ୍ରଏଡ ଲାଗି ହ୍ବାଟ୍ସଆପ୍‌ କୃତ୍ରିମ ବୁଦ୍ଧିମତା (AI) ଉପରେ କାମ କରୁଛି । ଯାହାକି ୟୁଜରଙ୍କୁ ପର୍ସନଲାଇଜଡ୍‌ ଏଆଇ କ୍ୟାରେକ୍ଟର ତିଆରି କରିବାକୁ ସୁବିଧା ପ୍ରଦାନ କରିବ । କୁହାଯାଉଛି ଏହି ଫିଚର ଇନଷ୍ଟାଗ୍ରାମ ଓ ମେସେଞ୍ଜରରେ ଉପଲବ୍ଧ ଏଆଇ କ୍ୟାରେକ୍ଟର କ୍ରିଏସନ ଫିଚର ପରି ହେବ ।

ରିପୋର୍ଟରେ କୁହାଯାଇଛି ଯେ ୟୁଜର ଟେକ୍ସଟ୍‌ ପ୍ରମ୍ପଟ୍‌ ସହିତ ଚାଟବଟ୍‌ର ପର୍ସନାଲିଟି ଡିଟେଲ୍‌ ଓ ଫୋକସ୍‌ ଏରିଆକୁ ବର୍ଣ୍ଣନା କରିବା ଲାଗି ସକ୍ଷମ ହେବେ । ଏହାସହିତ ଏଆଇ କ୍ୟାରେକ୍ଟର ଦେଖାଇବା ଲାଗି ଆପ୍‌ ଏକ ଡେଡିକେଟେଡ୍‌ ଟ୍ୟାବ୍‌ ବିକଶିତ କରିବ । ଏହାଦ୍ବାରା ୟୁଜର ଆଉ ଏକ ଉନ୍ନତ ଅଭିଜ୍ଞତା ପାଇପାରିବେ ।

ଆଣ୍ଡ୍ରଏଡ୍ ୟଜୁରଙ୍କ ପାଇଁ AI କ୍ୟାରେକ୍ଟର

  • ହ୍ବାଟ୍ସଆପ୍‌ର ନୂଆ ଫିଚର ଟ୍ରାକର୍‌ WABetaInfo ଅନୁସାରେ, AI କ୍ୟାରେକ୍ଟର କ୍ରିଏସନ ଫିଚରକୁ Android 2.25.1.26 ଅପଡେଟ କରିବା ଲାଗି ହ୍ବାଟ୍ସଆପ୍‌ ବିଟାରେ ଦେଖିବାକୁ ମିଳିଥିଲା । ଯେହେତୁ ବର୍ତ୍ତମାନ ଏହି ଫିଚର ଡେଭଲପ୍‌ ଫେଜ୍‌ରେ ଅଛି, ଏଥିଲାଗି ଏହା ବିଟା ଟେଷ୍ଟର ଲାଗି ଉପଲବ୍ଧ ନାହିଁ । ଏହାବ୍ୟତୀତ, ଫିଚର ଟ୍ରାକର Android 2.25.1.24 ଅପଡେଟ ଲାଗି ହ୍ବାଟ୍ସଆପ୍‌ ବିଟାରେ AI କ୍ୟାରେକ୍ଟର ଲାଗି ଅଲଗା ଟ୍ୟାବ୍‌ ଦେଖିଥିଲା ।
  • ଫିଚର ଟ୍ରାକର ଦ୍ବାରା ସେୟାର କରାଯାଇଥିବା ସ୍କ୍ରିନସଟ୍‌ ଅନୁସାରେ, AI କ୍ୟାରେକ୍ଟର କ୍ରିଏସନ ଫିଚର ମେଟାର ଅନ୍ୟ ଆପ୍‌ରେ ଥିବା ଫିଚର ସହିତ ସମାନ । ସେୟାର କରାଯାଇଥିବା ସ୍କ୍ରିନସଟ୍‌ରୁ ଏହା ମଧ୍ୟରୁ ସ୍ପଷ୍ଟ ହେଉଛି ଯେ ୟୁଜର ନିଜର ପର୍ସନଲାଇଜଡ୍‌ ଚାଟବଟ୍‌ର ଗୁଣ ସମ୍ପର୍କରେ କହିବା ଲାଗି 1000 ଅକ୍ଷର ପର୍ଯ୍ୟନ୍ତ ଟାଇପ୍‌ କରିପାରିବେ । ଏଥିଲାଗି ଏକ ବକ୍ସ ଦିଆଯାଇଛି ।
  • ଅନ୍ୟ ଏକ ସ୍କ୍ରିନସଟ୍‌ରେ ଦର୍ଶାଯାଇଛି ଯେ ହ୍ବାଟ୍ସଆପ୍‌ ଏକ ନୂଆ ଟ୍ୟାବ୍‌ ଆଣି ଏହି AI କ୍ୟାରେକ୍ଟର ପାଇଁ ଏକ ଡେଡିକେଟେଡ୍‌ ସ୍ପେଶ୍ ପ୍ରଦାନ କରିବ । ଆଶା କରାଯାଉଛି ଯେ ହୁଏତ ଏହି ଟ୍ୟାବ୍‌ ୟୁଜରଙ୍କ ଦ୍ବାରା ତିଆରି କରାୟାଇଥିବା ଏଆଇ କ୍ୟାରେକ୍ଟର ସମେତ ଅନ୍ୟ ପବ୍ଲିକ ଏଆଇ କ୍ୟାରେକ୍ଟରକୁ ବି ଦର୍ଶାଇବ ।
ଏହା ବି ପଢନ୍ତୁ
  1. WhatsAppରେ ଆପଣଙ୍କୁ କିଏ ଟ୍ରାକ୍‌ କରୁନି ତ ? କେମିତି ଜାଣିବେ
  2. ଏବେ ସମସ୍ତ WhatsApp ୟୁଜର କରିପାରିବେ UPI ପେମେଣ୍ଟ; ଅନବୋର୍ଡିଂ ଲିମିଟ ହଟାଇଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.