ETV Bharat / international

ଜଳୁଛି ଲସ ଏଞ୍ଜେଲେସ: ଗଲାଣି 24 ଜୀବନ, ପବନ ସାଜୁଛି କାଳ - LAS ANGELES FIRES

ଲସ ଏଞ୍ଜେଲେସ ବନାଗ୍ନିରେ ଏବେସୁଦ୍ଧା ୨୪ ଜଣଙ୍କ ମୃତ୍ୟୁ, ନିଆଁ ଲିଭା କାର୍ଯ୍ୟରେ ୧୪୦୦ ଅଗ୍ନିଶମ ଇଞ୍ଜିନ, ୮୪ ଏୟାରକ୍ରାଫ୍ଟ ଓ ୧୪ହଜାର ଅଧିକାରୀ ନିୟୋଜିତ ।

Las Angeles fires
Las Angeles fires (AP)
author img

By ETV Bharat Odisha Team

Published : Jan 13, 2025, 6:26 PM IST

ଲସ ଏଞ୍ଜେଲେସ୍: ଜଳୁଛି ଲସ ଏଞ୍ଜେଲେସ । ଗତ ସପ୍ତାହେ ହେଲା ଜଙ୍ଗଲ ନିଆଁ କବଳରେ କାର୍ଲିଫର୍ଣ୍ଣିଆର ଲସ ଏଞ୍ଜେଲେସ ସହର । ନିଆଁର ଆଁରେ ହଜାର ହଜାର ଘର ପୋଡି ପାଉଁଶ ହୋଇଯାଇଥିବା ବେଳେ ଏବେସୁଦ୍ଧା ୨୪ ଜଣଙ୍କ ମୃତ୍ୟୁ ହୋଇଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ଚଳିତ ସପ୍ତାହରେ ପବନର ବେଗ ଅଧିକ ରହିବା ନେଇ ଅଲ ଏଞ୍ଜେଲେସ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଯାହା ଜଙ୍ଗଲ ନିଆଁକୁ ଆହୁରି ବଢାଇବ ।

ଲସ ଏଞ୍ଜେଲେସରେ ରେଡ ଫ୍ଲାଗ ଆଲର୍ଟ

Las Angeles fires
Las Angeles fires (AP)

ଭୀଷଣ ବନାଗ୍ନିକୁ ନେଇ ଜାତୀୟ ପାଣିପାଗ ସେବା ଲସ ଏଞ୍ଜେଲେସରେ ବୁଧବାର ଠାରୁ ରେଡ ଫ୍ଲାଗ ଆଲର୍ଟ ଜାରି କରିଛି । ଏଥିସହ ପବନର ବେଗ ଅଧିକ ରହୁଥିବାର ନିଆଁର ପ୍ରକୋପ ବଢିଚାଲିଛି । ପବନର ବେଗ ଅଧିକ ରହୁଥିବା ବେଳେ ଶୁଷ୍କ ପାଗ, ଶୁଖିଲା ପାଗ ଯୋଗୁଁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡୁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ମଙ୍ଗଳବାର ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଲସ ଏଞ୍ଜେଲେସ ସହରର ଅଗ୍ନିଶମ ମୁଖ୍ୟ କ୍ରିଷ୍ଟିନ କ୍ରୋଲି ନିଆଁ ଲାଗିଥିବାରୁ ଅଞ୍ଚଳରୁ ଦୂରକୁ ଯିବା ଲୋକମାନଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, "ନିଆଁ ଲାଗିଥିବା ଅଞ୍ଚଳରେ ବିଜୁଳି ନାହିଁ, ପାଣି ନାହିଁ, ସ୍ଥିତି ସୁଧାରିବାକୁ ବର୍ତ୍ତମାନ ଆମେ ଅସମର୍ଥ ହୋଇ ପଡୁଛୁ ।"

ବନାଗ୍ନିରେ କ୍ଷୟକ୍ଷତି

Las Angeles fires
Las Angeles fires (AP)

ପାଉଁଶରେ ସୀସା, ଆର୍ସେନିକ୍, ଆଜବେଷ୍ଟସ ଏବଂ ଅନ୍ୟାନ୍ୟ କ୍ଷତିକାରକ ସାମଗ୍ରୀ ରହିପାରେ ବୋଲି ଅଧିକାରୀମାନେ ଚେତାବନୀ ଦେଇଛନ୍ତି । ଲସ ଏଞ୍ଜେଲେସରେ ପାଖାପାଖି ୧ ଲକ୍ଷ ୫୦ ହଜାର ଲୋକଙ୍କୁ ଘର ଛାଡି ନିରାପଦ ସ୍ଥାନକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ୯ଟି ଆଶ୍ରୟସ୍ଥଳରେ ୭୦୦ରୁ ଅଧିକ ଆଶ୍ରୟ ନେଇଛନ୍ତି । ଭଗ୍ନଙ୍କର ଅଗ୍ନିକାଣ୍ଡ ମଧ୍ୟରେ ଲୁଟତରାଜ ମାମଲାରେ ଦିନକୁ ପାଖାପାଖି ୧୦ ଜଣଙ୍କୁ ଗିରଫ କରାଯାଉଥିବା ଲସ ଏଞ୍ଜେଲେସ ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଲସ ଏଞ୍ଜେଲେସର ପ୍ରଶାସନିକ ଅଧିକାରୀ ସେରିଫ ରବର୍ଟ ଲୁନା କହିଛନ୍ତି," ଇଟନ ବନାଗ୍ନି ଜୋନରେ ୧୨ ଜଣ ନିଖୋଜ ରହିଥିବା ବେଳେ ପାଲିସେଡ୍ସ ବନାଗ୍ନି ଜୋନରେ ୪ ଜଣ ନିଖୋଜ ଅଛନ୍ତି । ଆହୁରି ଅନେକ ନିଖୋଜ ଥିବା ନେଇ ଆଗକୁ ରିପୋର୍ଟ ଆସିପାରେ । ତେବେ ନିଖୋଜମାନଙ୍କୁ ଖୋଜୋଖୋଜି ଜାରି ରହିଛି । ସେମାନଙ୍କ ମଧ୍ୟରେ ଅନେକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତେବେ କୌଣସି ଶିଶୁ ନିଖୋଜ ଥିବା ନେଇ ଏବେସୁଦ୍ଧା ରିପୋର୍ଟ ଆସିନାହିଁ । ପାଲିସେଡ୍ସ ବନାଗ୍ନି ଜୋନରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଇଟନ ବନାଗ୍ନି ଅଞ୍ଚଳରେ ୧୬ ଜଣଙ୍କ ଜୀବନ ଯାଇଛି ।"

Las Angeles fires
Las Angeles fires (AP)

ମୃତ୍ୟୁ ସଂଖ୍ୟା ଆଗକୁ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ସନ୍ଧାନୀ କୁକୁର ସହାୟତାରେ ନିଖୋଜ ମାନଙ୍କୁ ଖୋଜାଖୋଜି ଜାରି ରହିଛି । ନିଖୋଜ ରିପୋର୍ଟ ଦାଖଲ ପାଇଁ ଅଧିକାରୀଙ୍କ ପକ୍ଷରୁ ଏକ କେନ୍ଦ୍ର ଖୋଲାଯାଇଛି । ଯେଉଁଠାରେ ସମ୍ପର୍କୀୟମାନେ ନିଖୋଜ ଥିବା ବ୍ୟକ୍ତିଙ୍କ ବିଷୟରେ ଜଣାଇପାରିବେ ।

ନିଆଁ ଲିଭା କାର୍ଯ୍ୟରେ ୮୪ ଏୟାରକ୍ରାଫ୍ଟ ନିୟୋଜିତ

ନିଆଁ ଲିଭା କାର୍ଯ୍ୟରେ କାର୍ଲିଫର୍ଣ୍ଣିଆ ସମେତ ୯ଟି ରାଜ୍ୟର ୧୪୦୦ ଅଗ୍ନିଶମ ଇଞ୍ଜିନ, ୮୪ ଏୟାରକ୍ରାଫ୍ଟ ଓ ୧୪ହଜାର ଅଧିକାରୀ ନିୟୋଜିତ ହୋଇଛନ୍ତି । ମେକ୍ସିକୋର ଫାୟାରଫାଇଟର୍ସ ମଧ୍ୟ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ରବିବାର ସୁଦ୍ଧା ପାଲେସିଡ୍ସ, ଇଟନ, କେନ୍ନେଥ ଓ ହର୍ଷ୍ଟ ବନାଗ୍ନି ୧୬୦ ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଥିବା ରିପୋର୍ଟରୁ ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ...

ବନାଗ୍ନି କବଳରେ ଲସ ଆଞ୍ଜେଲେସ, ପାଉଁଶ ତଳୁ ଖୋଜା ଚାଲିଛି ସ୍ମୃତି

ବନାଗ୍ନି କବଳରେ ଚିଲି: ଶହେ ଟପିଲା ମୃତକଙ୍କ ସଂଖ୍ୟା, ଶତାଧିକ ନିଖୋଜ

Canada wildfires: ବ୍ରିଟିଶ କଲମ୍ବିଆରେ ଏମରଜେନ୍ସି ଲାଗୁ

Hawaii Wildfire: ବେକାବୁ ହୱାଇ ଜଙ୍ଗଲ ନିଆଁ, ମୃତ୍ୟୁସଂଖ୍ୟା ୮୯କୁ ବୃଦ୍ଧି

ଜାରି ରହିଛି ଉଦ୍ୟମ:

ଲସ ଏଞ୍ଜେଲେସ୍ ଅଗ୍ନିଶମ ମୁଖ୍ୟ ଅନ୍ଥୋନି ସି ମାରୋନି କହିଛନ୍ତି, " ଆହୁରି ୭୦ ପାଣି ଟ୍ରକ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛି । ଆଗକୁ ଆସୁଥିବା ପବନ ଦିଗକୁ ଦେଖି ଆମେ ପ୍ରସ୍ତୁତି ଜାରି ରଖିଛୁ । ଆକାଶ ମାର୍ଗକୁ ଜଳ ସିଞ୍ଚନ କରାଯାଇ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଉଛି । ତେବେ ୮ମାସ ହେଲା ଲସ ଏଞ୍ଜେଲେସ ଓ ଏହାର ପଡୋଶୀ ସହରରେ ବର୍ଷା ହୋଇନଥିବାରୁ ଜଙ୍ଗଲ ଶୁଷ୍କ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.