Watch Video: ବିରଳ ପ୍ରଜାତିର ବିରାଟକାୟ ଛତୁ ଠାବ, ଓଜନ ପାଖାପାଖି 10KG

🎬 Watch Now: Feature Video

thumbnail

ସମ୍ବଲପୁର: ଛତା ପରି ଛତୁଟିଏ ଠାବ କରିଛନ୍ତି ସମ୍ବଲପୁରର ଜଣେ ଆଦିବାସୀ ବ୍ୟକ୍ତି ।  ଛତୁର ଆକାର ବି ଏକ ଛୋଟ ଛତା ପରି ହୋଇଛି । ସମ୍ବଲପୁର କୁଚିଣ୍ଡା ଉପଖଣ୍ଡରେ ଜଣେ ଆଦିବାସୀ ବ୍ୟକ୍ତି ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଏହିଭଳି ଛତୁଟିଏ ଜଙ୍ଗଲରୁ ପାଇଛନ୍ତି ।  ଛତୁର ଆକାରକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି । ତେବେ ଏହି ବିରାଟକାୟ ଛତୁକୁ ଦେଖି ସ୍ଥାନୀୟ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଏପରି ଛତୁ ଆଗରୁ କେବେ ଦେଖିନଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି । ତେବେ ଏହା ଏକ ଜଙ୍ଗଲୀ ପ୍ରଜାତିର ଛତୁ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ଏହି ଛତୁ ଖାଇବା ଯୋଗ୍ୟ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ । କୁଚିଣ୍ଡା ଉପଖଣ୍ଡ ଅଞ୍ଚଳ ଜଙ୍ଗଲରେ ଭରପୁର ଥିବା ବେଳେ ଏଠିକାର ଜଙ୍ଗଲରେ ବର୍ଷା ଦିନେ ବିଭିନ୍ନ ପ୍ରଜାତିର ଜଙ୍ଗଲ ଜାତ ଛତୁ ମିଳିଥାଏ । ଯାହା ସ୍ଥାନୀୟ ଆଦିବାସୀଙ୍କ ଜୀବନଜୀବିକାର ଏକ ମଧ୍ୟମ ସାଜିଥାଏ । ଏହାଦ୍ବାରା ଆଦିବାସୀ ସମ୍ପ୍ରଦାୟ ଦୁଇ ପଇସା ରୋଜଗାର କରିଥାଆନ୍ତି । ବର୍ଷା ଦିନେ ସକାଳୁ ସକାଳୁ ଲୋକେ ଘଞ୍ଚ ଅରଣ୍ୟ ଭିତରକୁ ଯାଇ ଗଛ ମୂଳେ, ସନ୍ତ ସନ୍ତିଆ ସ୍ଥାନରେ ଏହିଭଳି ଛତୁ ଖୋଜିଥାନ୍ତି । ହେଲେ ପୂର୍ବରୁ ଏତେ ବଡ଼ ଛତୁ କେବେ ଦେଖି ନଥିବା ସ୍ଥାନୀୟ ଲୋକେ କହିଛନ୍ତି ।  

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.