thumbnail

Gita Press Centenary: 'ଗୀତା ପ୍ରେସ ଏକ ସଂସ୍ଥା ନୁହେଁ, ଏହା ଏକ ଜୀବନ୍ତ ଆସ୍ଥା'

By

Published : Jul 7, 2023, 5:07 PM IST

ଲକ୍ଷ୍ନୌ: ଗୀତା ପ୍ରେସ ଏକ ସଂସ୍ଥା ନୁହେଁ, ଏହା ଏକ ଜୀବନ୍ତ ଆସ୍ଥା । ଗୀତା ପ୍ରେସ କାର୍ଯ୍ୟାଳୟ କୋଟି କୋଟି ଭାରତୀୟଙ୍କ ପାଇଁ କୌଣସି ମନ୍ଦିରଠାରୁ କମ ନୁହେଁ । ଏହି ସଂସ୍ଥାର ନାମରେ ଗୀତା ଓ କାମରେ ଗୀତା । ଆଉ ଯେଉଁଠି ଗୀତା, ସେଠାରେ ହିଁ ଭଗବାନ ଶ୍ରୀକୃଷ୍ଣ ବିଦ୍ୟମାନ । ଯେଉଁଠି ଭଗବାନ ଶ୍ରୀକୃଷ୍ଣ ସେଠାରେ ହିଁ ଆଶୀର୍ବାଦ, କରୁଣା, ବୌଦ୍ଧିକ ବିକାଶ ମଧ୍ୟ । ବିଶ୍ବର ସର୍ବବୃହତ ହିନ୍ଦୁ ପୁସ୍ତକ ପ୍ରକାଶନ ସଂସ୍ଥା ଗୀତା ପ୍ରେସର 100 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇ ଏପରି କହିଛନ୍ତି । 

1923 ମସିହାରେ ଗୋରଖପୁରରେ ଗୀତା ପ୍ରେସର ପ୍ରତିଷ୍ଠା ହୋଇଥିଲା । ଏହି ସଂସ୍ଥା ଦୀର୍ଘ 100 ବର୍ଷ ପର୍ଯ୍ୟନ୍ତ ମନୁଷ୍ୟ ସମାଜର ମାର୍ଗଦର୍ଶିକା ସାଜିଛି । ଏହି ଐତିହାସିକ ଅବସରରେ ଯୋଗଦେଇ ନିଜକୁ ସୌଭାଗ୍ୟଶାଳୀ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସୂଚନା ଥାଉ କି ଗୀତା ପ୍ରେସକୁ ୨୦୨୧ ପାଇଁ ଶାନ୍ତି ପୁରସ୍କାର ପ୍ରଦାନ କରାଯିବା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଗୀତା ପ୍ରେସର ନାମ ଘୋଷଣା କରାଯାଇଥିଲା । ସାମାଜିକ, ଅର୍ଥନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୀତା ପ୍ରେସକୁ ପୁରସ୍କୃତ କରାଯିବ ।   

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.