ଆଜି ଗଣେଶ ଚତୁର୍ଥୀ, ବିଘ୍ନବିନାଶକଙ୍କୁ ପୂଜା କଲେ ଛାତ୍ରଛାତ୍ରୀ

By ETV Bharat Odisha Team

Published : Sep 19, 2023, 2:06 PM IST

thumbnail

ଭୁବନେଶ୍ବର : ଆଜି ହେଉଛି ଗଣେଶ ଚତୁର୍ଥୀ  । ଆଜିର ଦିନରେ ବିଦ୍ୟାର ଦେବତା ତଥା ଆଦିଦେବ ଗଣେଶଙ୍କ ପୂଜା କରାଯାଏ ।  ଅଗ୍ରପୂଜ୍ୟଙ୍କ ପୂଜା ପାଇଁ ଉତ୍ସବ ମୁଖରିତ ଗାଁଠୁ ସହର । ଏହି ଅବସରରେ ଭୁବନେଶ୍ବରରେ ବିଦ୍ୟାଳୟଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗଣେଶଙ୍କୁ ଆରଧନା ସହ ପୂଜାର୍ଚ୍ଚନା କରାଯାଉଛି । ଏହାରି ମଧ୍ୟରେ ୟୁନିଟ୍‌ ୮ ସରସ୍ବତୀ ବିଦ୍ୟା ମନ୍ଦିରରେ ମଧ୍ୟ ବହୁ ଆଡ଼ମ୍ବରରେ ପୂଜାର୍ଚ୍ଚନା କରାଯାଇଛି । ଏଠାରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ  ଅଗ୍ରପୂଜ୍ୟଙ୍କ ସ୍ୱୟଂ ପୂଜା କରିଛନ୍ତି । ଅର୍ଚ୍ଚନା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଟି ପିଲା ଗଣେଶଙ୍କ ପ୍ରତିମୂର୍ତ୍ତିକୁ ବିଦ୍ୟାଳୟରେ ସ୍ଥାପନ ସହ ତାଙ୍କର ପୂଜାର୍ଚ୍ଚନା କରିଛନ୍ତି । ଚନ୍ଦନ, ସିନ୍ଦୁର, ଫୁଲ ଧୂପଦୀପ ଦେଇ ଆରାଧନା ସହ ଘଣ୍ଟି ବଜାଇ ବନ୍ଦନା ଗାଇ ଗଜାନନଙ୍କ ପୂଜା କରିଛନ୍ତି । ସମୂହ ପୂଜା ସହ ଗୀତ ଗାଇ ପ୍ରଭୁଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରି ଉତ୍ତମ ପରୀକ୍ଷାର କାମନା କରିଛନ୍ତି ।  ଅନ୍ୟପଟେ ଛାତ୍ରଛାତ୍ରୀମାନେ କିଭଳି ଆମ ପରମ୍ପରା ଓ ପୂଜାକୁ ନଭୁଲିବେ ସେଥିପାଇଁ ଏଭଳି ନିଆରା ପ୍ରୟାସରେ ପିଲାମାନଙ୍କୁ ପୂଜାର୍ଚ୍ଚନା କରାଯାଉଥିବା କହିଛନ୍ତି ବିଦ୍ୟାଳୟର ଶିକ୍ଷକ । ଏନେଇ ସେମାନଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ଭୁବନେଶ୍ୱର ସମ୍ବାଦଦାତା ଦେବସ୍ମିତା ରାଉତ ।

ଏହା ମଧ୍ୟ ପଢନ୍ତୁ- ଆଜି ଗଣେଶ ଚତୁର୍ଥୀ, ଧରାପୃଷ୍ଠରେ ବିରାଜିଛନ୍ତି ଅଗ୍ରପୂଜ୍ୟ ବିଘ୍ନବିନାଶକ

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.