Ganesh Chaturthi: ଅଢେଇ କୋଟି ମୂଲ୍ୟର ନୋଟ ଓ ମୁଦ୍ରାରେ ସଜା ହୋଇଛନ୍ତି ପ୍ରଭୁ ଗଣପତି - ବେଙ୍ଗାଲୁରୁରେ ମୁଦ୍ରା ଗଣେଷ
🎬 Watch Now: Feature Video
Published : Sep 18, 2023, 6:36 PM IST
ବେଙ୍ଗାଲୁରୁ: ଅଗ୍ରପୂଜ୍ୟ ବିଦ୍ୟାଦାତା ଶ୍ରୀ ଗଣେଶଙ୍କ ପୂଜା ପାଇଁ ଉତ୍ସବମୁଖର ସମଗ୍ର ଦେଶ । ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ନୂଆ କୌଶଳରେ କରାଯାଇଛି ମେଢ଼ ଓ ତୋରଣ । ବେଙ୍ଗାଲୁରୁ ଜେପି ନଗରର ପୁଟେନାହାଲ୍ଲୀ ସ୍ଥିତ ଶ୍ରୀ ସତ୍ୟ ଗଣପତି ମନ୍ଦିର ଦେଖିବାକୁ ମିଳିଛି ଭିନ୍ନ ତଥା ଏକ ଭବ୍ୟ ଆୟୋଜନ । ପ୍ରାୟ ଅଢ଼େଇ କୋଟିରୁ ଅଧିକ ମୂଲ୍ୟର ମୁଦ୍ରା ଓ ନୋଟରେ ସଜ୍ଜା ଯାଇଛନ୍ତି ପ୍ରଭୁ ଗଣପତି । ଏହି ସାଜସଜ୍ଜାରେ ମୁଦ୍ରା ସହିତ 500 ଆରମ୍ଭ କରି 10 ଟଙ୍କିଆ ପର୍ଯ୍ୟନ୍ତ ନୋଟ୍ ବ୍ୟବହାର କରାଯାଇଛି ।
ପ୍ରତ୍ୟେକ ଥର ପରି ଏଥର ମଧ୍ୟ ଏକ ଭିନ୍ନ ଅନୁଭୂତି ସହ ଭକ୍ତଙ୍କୁ ଗଣପତିଙ୍କ ଦର୍ଶନ କରାଇବା ପାଇଁ ଏହି ଅଭିନବ ଆୟୋଜନ କରିଛି ଶ୍ରୀ ସତ୍ୟ ଗଣପତି ଶିରିଡ଼ି ସାଇ ଟ୍ରଷ୍ଟ । ଏଥର ପ୍ରଭୁ ଗଣେଶଙ୍କ ମୂର୍ତ୍ତି ଓ ପାର୍ଶ୍ବ ସାଜସଜ୍ଜା ପାଇଁ ପ୍ରାୟ 56 ଲକ୍ଷ ଟଙ୍କାର 5, 10 ଟଙ୍କିଆ ମୁଦ୍ରା ଓ 10, 20, 50, 100, 200 ଏବଂ 500 ଟଙ୍କିଆ ନୋଟ୍ ବ୍ୟବହାର କରାଯାଇଛି । ଗତ ଏକ ମାସ ଧରି ପ୍ରାୟ 150 କାରିଗର ଏହି ସାଜସଜ୍ଜାକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି । କେବଳ ମୂର୍ତ୍ତି, ମଞ୍ଚ କିମ୍ବା ତୋରଣ ନୁହେଁ ବରଂ ଭାରତର ଚନ୍ଦ୍ର ଅଭିଯାନର ସଫଳତା ମଧ୍ୟ ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ପାଲଟିଛି । ଚନ୍ଦ୍ରଯାନ-ରକେଟ, ଲ୍ୟାଣ୍ଡର ବିକ୍ରମ ଏବଂ 'ଜୟ ଯବାନ- ଜୟ କିଶାନ' ମୁଦ୍ରା ନିର୍ମିତ ଆକୃତି ମଧ୍ୟ ଏଥର ମେଢ଼ର ଶୋଭା ବଢ଼ାଉଛି । କଡ଼ା ସୁରକ୍ଷା ମଧ୍ୟରେ ଶ୍ରଦ୍ଧାଳୁ ଦର୍ଶନ କରୁଛନ୍ତି । ଦେଖନ୍ତୁ ଭିଡ଼ିଓ