ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ଅନୁଗୋଳ ଗଜଲକ୍ଷ୍ମୀ ପୂଜା - ଗଜଲକ୍ଷ୍ମୀ ପୂଜା ଅନୁଗୋଳ
🎬 Watch Now: Feature Video

Published : Nov 6, 2023, 7:07 AM IST
|Updated : Nov 6, 2023, 2:37 PM IST
ଅନୁଗୋଳ: ଜମୁଛି ଅନୁଗୋଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ମହୋତ୍ସବ । ଲୋକେ ପୂଜା ବୁଲିବା ସହ ବିଭିନ୍ନ ପୂଜା ମଣ୍ଡପରେ ଆୟୋଜିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଉଛନ୍ତି । ଏଥର ପୂଜା ମଣ୍ଡପ କମିଟିମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନକୁ ଅଧିକ ଗୁରୁତ୍ୱ ଦେଇ ଥିବାରୁ ଅନେକ ଓଲିଉଡ଼ ପ୍ଲେ'ବ୍ୟାକ୍ ସିଙ୍ଗରଙ୍କ ସଙ୍ଗୀତ ଦେଖିବାକୁ ମିଳିଛି । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସଙ୍ଗୀତଠାରୁ ଆରମ୍ଭ କରି ଅସୀମା ପଣ୍ଡା ଆଦି ସିଙ୍ଗରଙ୍କ ସଙ୍ଗୀତ ପରିବେଷଣ ଦେଖୁଛନ୍ତି ଲୋକେ । ଏହା ସହ ଅନୁଗୋଳ ଅମଳାପଡ଼ାରେ ଆୟୋଜିତ ଦାଣ୍ଡିଆ ଡ୍ୟାନ୍ସର ମଧ୍ୟ ଲୋକେ ମଜା ଉଠାଉଛନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଲୁପ୍ତ ଉଠାଉଛନ୍ତି ଲୋକେ ।
ଏହା ମଧ୍ୟ ପଢ଼ନ୍ତୁ...କେନ୍ଦ୍ରାପଡ଼ାର ଗଣପର୍ବ କଥା କୁହେ କିମ୍ବଦନ୍ତୀ, ଜାଣନ୍ତୁ ଏଠାରେ କେବେଠୁ ପୂଜା ପାଉଛନ୍ତି ମା' ଧନଦାତ୍ରୀ
ଏଥର ଅନୁଗୋଳର ବସଷ୍ଟାଣ୍ଡ, ଲକ୍ଷ୍ମୀବଜାର, ବଜାରଛକ, ସଞ୍ଜୀବନି ମାର୍କେଟ୍, ଶାନ୍ତି ବଜାର, ଡେଲି ମାର୍କେଟ, ନନଭେଜ୍ ମାର୍କେଟ, ହରିମହୁରୀ ଛକ, ଅମାଲପଡ଼ା, ଶିକ୍ଷକପଡ଼ା ଆଦି ବଜାରମାନଙ୍କରେ ୩୫ଟି ମଣ୍ଡପରେ ପୂଜା ଚାଲିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ବି ଅନୁଷ୍ଠିତ ହୋଇଛି । ଅତ୍ୟାଧୁନିକ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ସାରା ସହର ନୂଆ ବୋହୁ ଭଳି ସଜେଇ ହୋଇଛି । ଏଥର ସବୁ ପୂଜା କମିଟି କିଛି ନୂଆ କରିବାକୁ ଚେଷ୍ଟା କରିଛନ୍ତି । ଦର୍ଶକ ବି ଲକ୍ଷ୍ମୀ ପୂଜାକୁ ମନ ଭରି ଉପଭୋଗ କରୁଛନ୍ତି ।
ଇଟିଭି ଭାରତ, ଅନୁଗୋଳ