Watch: ମାଙ୍କଡ-କୁକୁର ମଧ୍ୟରେ ଅନାବିଳ ପ୍ରେମ, ଦେଲେ ସମ୍ପର୍କର ବାର୍ତ୍ତା

By

Published : Jul 5, 2023, 7:38 AM IST

thumbnail

ଜଗତସିଂହପୁର: ମାଙ୍କଡ ଆଉ କୁକୁରର କେବେ ପଡେ ନାହିଁ । ପରସ୍ପର ମଧ୍ୟରେ ଅହିନକୁଳ ସମ୍ପର୍କ । ମାଙ୍କଡକୁ ଦେଖିଲେ କୁକୁର କାମୁଡି ଗୋଡାଏ । ବର୍ତ୍ତମାନ ସମୟରେ ମଣିଷଙ୍କ ମଧ୍ୟରେ ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା ଦିନକୁ ଦିନ କମିବାରେ ଲାଗିଛି । ରାତି ପାହିଲେ ବିଭିନ୍ନ ଗଣମାଧ୍ୟମରେ ହତ୍ୟା, ଲୁଟ, ହିଂସା ଆଦି ଖବର ପୃଷ୍ଠା ମଣ୍ଡନ କରୁଛି । ହେଲେ ଗୋଟିଏ ମାଙ୍କଡ଼ ସହ ଗୋଟେ କୁକୁରର ସମ୍ପର୍କ ଭଲ ପାଇବା ମଣିଷ ସମାଜକୁ କିଛି ବାର୍ତ୍ତା ଦେଇଛି । ଜଗତସିଂହପୁର ଜିଲ୍ଲା ସିଦ୍ଧଳ ଗ୍ରାମରେ ପ୍ରତି ଦିନ ଏକ ବୁଲା କୁକୁର ସହିତ ନିକଟ ମନ୍ଦିର ବେଢାରେ ବୁଲୁଥିବା ଏକ ମାଙ୍କଡ଼ ଖେଳୁଥିବା ଦେଖିବାକୁ ମିଳିଛି । କୁକୁରଟି ମନ୍ଦିର ପାଖକୁ ଆସେ ମାଙ୍କଡ଼ଟି ମଧ୍ୟ କୁକୁର ପାଖକୁ ଆସିଥାଏ ଦୁହେଁ ବିନା ଡରରରେ ଖେଳିଥାନ୍ତି । କେତେବେଳେ ମାଙ୍କଡ଼ଟି କୁକୁର ପିଠିରେ ବସି ରହିଥାଏ ତ ଆଉ କେତବେଳେ କୁକୁରଟି ମାଙ୍କଡ଼କୁ ସ୍ନେହ କରି ପକାଉଥାଏ । ଯାହାର ଭିଡିଓ ଆମର ହସ୍ତଗତ ହୋଇଛି । ଦେଖନ୍ତୁ ମାଙ୍କଡ ଓ କୁକୁର ମଧ୍ୟରେ ଥିବା ବନ୍ଧୁତାର ସେହି ଭିଡିଓ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.