ପୂର୍ବତନ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ ଆକ୍ରମଣ

🎬 Watch Now: Feature Video

thumbnail

ହାଇଦ୍ରାବାଦ: ପୂର୍ବତନ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ ଆକ୍ରମଣ ହୋଇଛି । ନେପାଳର ଧନକୁଟାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ତାଙ୍କୁ ଜଣେ ଯୁବକ ସ୍ବାଗତ କରିବା ପାଇଁ ଆସି ମାଡ ମାରିଛି । ହାତରେ ଫୁଲମାଳ ଧରି ସୁରକ୍ଷାକର୍ମୀଙ୍କ ବଳୟ ପାର କରି ଯୁବକ ଜଣକ ଓଲିଙ୍କ ନିକଟରେ ପହଞ୍ଚିଥିଲା । ଏହା ପରେ ହଠାତ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା । ନିକଟରେ ଥିବା ସୁରକ୍ଷାକର୍ମୀ ଉକ୍ତ ଯୁବକକୁ କାବୁ କରିନେଇଥିଲେ । ପୋଲିସ ସମ୍ପୃକ୍ତ ଅଭିଯୁକ୍ତକୁ ହେପାଜତକୁ ନେଇ ଜେରା କରୁଛି । ଆକ୍ରମଣର କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନି । ପାର୍ଟି ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଓଲି ଆଜି ମଧ୍ୟାହ୍ନରେ ଧନକୁଟାରେ ପହଞ୍ଚିଥିଲେ । ଗତକାଲି ଭାରତୀୟ ସଂସଦରେ ହୋଇଥିବା ସୁରକ୍ଷା ବିଭ୍ରାଟ ଓ ଧୂମ୍ରକାଣ୍ଡ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ଥିବା ବେଳେ ପଡୋଶୀ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ସହ ତାଙ୍କୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଦେଖନ୍ତୁ ଭିଡିଓ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.