ଭାଇରାଲ ଭିଡିଓ ନେଇ ଗମ୍ଭୀରଙ୍କ ପ୍ରତିକ୍ରିୟା, କହିଲେ ଦେଶ ବିରୋଧୀ ନାରା ଦେଉଥିଲେ ପାକିସ୍ତାନୀ

By ETV Bharat Odisha Team

Published : Sep 4, 2023, 10:45 PM IST

thumbnail

ନୂଆଦିଲ୍ଲୀ: ଶ୍ରୀଲଙ୍କା ଓ ପାକିସ୍ତାନରେ ଜାରି ରହିଛି ଏସିଆ କପ୍‌ ୨୦୨୩ । ନିକଟରେ ଶ୍ରୀଲଙ୍କାର କ୍ୟାଣ୍ଡିସ୍ଥିତ ପାଲ୍ଲେକଲ ଷ୍ଟାଡିୟମରେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ରହିଥିଲା । ଏଥିରେ ଉଦ୍‌ଘୋଷକ ଭାବେ ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଯୋଗଦେଇଥିଲେ । ହେଲେ ଏଠାରେ ଗମ୍ଭୀରଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଗମ୍ଭୀରଙ୍କୁ ଦେଖି ପ୍ରଶଂସକମାନେ କୋହଲିଙ୍କ ନାଁ ନେଇଥିବାବେଳେ ଗମ୍ଭୀର ସେମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରି ଚାଲିଯାଉଥିବାର ଦେଖିବାକୁ ମିଳୁଛି । ହେଲେ ଏହାର ସତ ଏବେ ପଦାକୁ ଆସିଛି । ନିଜେ ଗମ୍ଭୀର ଏନେଇ ପ୍ରତିକ୍ରିୟା ରଖିଛନ୍ତି । କୋହଲିଙ୍କ ନାଁ ନୁହେଁ, ବରଂ କିଛି ପାକିସ୍ତାନୀ ପ୍ରଶଂସକ ଭାରତ ବିରୋଧୀ ନାରା ଦେଉଥିବାରୁ ସେ ଏଭଳି ଇଙ୍ଗିତ କରିଥିବା ନିଜେ କହିଛନ୍ତି ଗମ୍ଭୀର । ଦେଖନ୍ତୁ ସେହି ଭିଡିଓ ନେଇ ଆଉ କଣ କହୁଛନ୍ତି ଗମ୍ଭୀର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.