thumbnail

By

Published : Apr 11, 2023, 6:47 PM IST

ETV Bharat / Videos

ପୂର୍ବତନ କାଉନସିଲରଙ୍କୁ ଭୁଜାଲି ମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବାଲେଶ୍ଵର: ଜିଲ୍ଲାର ସୋର ଥାନା ଅଞ୍ଚଳରେ ପୁଣି ବୁଲିଲା ଭୁଜାଲି ଓ ଖଣ୍ଡା। ସୋର ଅଞ୍ଚଳର ଜଣେ ବିଜେପି ନେତା ତଥା ପୂର୍ବତନ କାଉନସିଲର ଲୋକନାଥ ରାଉତଙ୍କୁ ଦୁର୍ବୃତ୍ତମାନେ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୋର ଥାନା ଅଞ୍ଚଳରେ ଲୋକନାଥ ସକାଳେ ବ୍ୟାୟାମ କରିବା ପାଇଁ ଯାଇଥିବା ବେଳେ ତାଙ୍କୁ କିଛି ଦୁର୍ବୃତ୍ତ ପିଛା କରିଥିଲେ। ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଏକ ନିଜନ ସ୍ଥାନ ଦେଖି ଦୁର୍ବୃତ୍ତମାନେ ଲୋକନାଥଙ୍କ ପଛପଟୁ ଆକ୍ରମଣ କରିଥିଲେ। ହାତ ଓ ମୁଣ୍ଡକୁ ଦୁର୍ବୃତ୍ତମାନେ ଆକ୍ରମଣ କରିବା ଫଳରେ ଲୋକନାଥ ଗୁରୁତର ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ଲୋକନାଥଙ୍କୁ ପ୍ରଥମେ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଆକ୍ରମଣର କାରଣ ଜଣାପଡି ନଥିବା ବେଳେ ଏହା ରାଜନୈତିକ ନା ବ୍ୟବସାୟିକ ଶତ୍ରୁତା ତାହା ସୋର ପୋଲିସ ତଦନ୍ତ କରୁଛି। ଏଥିସହ ଲୋକନାଥଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ବାଲେଶ୍ଵର ବିଜେପି ସଭାପତି ଉମାକାନ୍ତ ମହାପାତ୍ର ଓ ବିଜେପି ନେତାମାନେ ଭେଟି ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.