MCD polls: ଟାଓ୍ବର ଉପରେ ଚଢିଲେ AAP ନେତା, କହିଲେ କୋଟି କୋଟି ଟଙ୍କାରେ ଟିକେଟ ବିକୁଛି ଦଳ - ଆମ ଆଦମୀ ପାର୍ଟି
🎬 Watch Now: Feature Video

ନୂଆଦିଲ୍ଲୀ: ଦିଲ୍ଲୀ ପୌର ନିର୍ବାଚନ (MCD polls)ରେ ପ୍ରତିଦ୍ବନ୍ଦିତା ପାଇଁ ଟିକେଟ ନ ମିଳିବାରୁ ଟାୱାର ଉପରେ ଚଢିଗଲେ ଆମ୍ ଆଦମୀ ପାର୍ଟି (AAP) ପୂର୍ବତନ କାଉନ୍ସିଲର ହସିବ-ଉଲ୍-ହସନ । ଶାସ୍ତ୍ରୀ ପାର୍କ ମେଟ୍ରୋ ଷ୍ଟେସନ ନିକଟରେ ଥିବା ବିଦ୍ୟୁତ ଟାୱାର ଉପରକୁ ସେ ଚଢି ଯାଇଛନ୍ତି । ତେବେ ଦଳର କିଛି ବରିଷ୍ଠ ନେତା ତାଙ୍କ ଟିକେଟ ଷଡଯନ୍ତ୍ର କରି କାଟିଛନ୍ତି । ଦଳରେ କୋଟି କୋଟି ଟଙ୍କାରେ ଟିକେଟ ବିକ୍ରି ହେଉଥିବା ସେ ଅଭିଯୋଗ କରିଛନ୍ତି । ଟିକେଟ ବିକ୍ରି ପଛରେ ଆମ ଆଦମୀ ପାର୍ଟିର କିଛି ବଡ ନେତାଙ୍କ ନାମ ମଧ୍ୟ ନେଇଛନ୍ତି ହସିବ । ଶୁଣନ୍ତୁ କ’ଣ କହୁଛନ୍ତି ପୂର୍ବତନ କାଉନସିଲର ହସିବ-ଉଲ୍-ହସନ ।
Last Updated : Feb 3, 2023, 8:32 PM IST