thumbnail

କୂଅରେ ପଡିଥିଲା ଭାଲୁ, 9ଘଣ୍ଟା ଚାଲିଲା ରେସ୍କ୍ୟୁ ଅପରେସନ

By

Published : Jul 7, 2023, 5:18 PM IST

Updated : Jul 7, 2023, 7:48 PM IST

ଭବାନୀପାଟଣା: ପରିତ୍ୟକ୍ତ କୂଅରେ ପଡିଥିଲା ଭାଲୁ। 9 ଘଣ୍ଟାଧରି ରେସ୍କ୍ୟୁ ଅପରେସନ ପରେ ଉଦ୍ଧାର କଲା ବନ ବିଭାଗ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାମପଡା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଜିଲ୍ଲାର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଡ଼ହଗାଁ ସର୍ଗିଗୁଡ଼ା ଜଙ୍ଗଲ ନିକଟରୁ ଏକ ଭାଲୁ ଖାଦ୍ୟ ଅନ୍ୱେଷଣରେ ଆସି ଜାମପଡା ଗାଁରେ ବୁଲାବୁଲି କରୁଥିବା ବେଳେ ଗ୍ରାମବାସୀ ଭୟବିତ ଅବସ୍ଥାରେ ଘରେ ପଶି କବାଟ ବନ୍ଦ କରି ଦେଇଥିଲେ । ପରେ ଗାଁ ମୁଣ୍ଡରେ ଥିବା ଏକ ପରିତ୍ୟକ୍ତ କୂଅରେ ଖସି ପଡ଼ିଥିଲା ଜଙ୍ଗଲୀ ଭାଲୁ। ଭାଲୁର ଚିତ୍କାର ଶୁଣିବା ପରେ ସ୍ଥାନୀୟ ଲୋକେ ଏନେଇ ବେହେରା ସେକ୍ସନ ଫରେଷ୍ଟ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ନବରଙ୍ଗପୁର ଜିଲ୍ଲାରୁ ଉଦ୍ଧାରକାରୀ ଦଳକୁ ଡକାଇଥିଲେ ।  ପ୍ରାୟ ୯ ଘଣ୍ଟାର ଅପରେସନ ପରେ କୂଅରୁ ଆହତ ଅବସ୍ଥାରେ ଭାଲୁକୁ ଉଦ୍ଧାର କରିଥିଲା ଟିମ୍ । ଉଦ୍ଧାର ପରେ ଭାଲୁକୁଟିକୁ ଚିକିତ୍ସା କରାଯାଇ ଏବେ ନିକଟସ୍ଥ ଜଙ୍ଗଲରେ ଛଡ଼ାଯାଇଥିବା ବନବିଭାଗ ସୂଚନା ଦେଇଛି । 

ଇଟିଭି ଭାରତ, କଳାହାଣ୍ଡି 

Last Updated : Jul 7, 2023, 7:48 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.