ବିଦେଶୀ ଗବେଷକଙ୍କ ପୁସ୍ତକରେ ଘଣ୍ଟ ପାଟୁଆ ନୃତ୍ୟକୁ ପ୍ରଶଂସା - ଘଣ୍ଟ ପାଟୁଆ ନୃତ୍ୟକୁ ପ୍ରଶଂସା
🎬 Watch Now: Feature Video
ଜଗତସିଂହପୁର: ବିଦେଶ ଗବେଷକଙ୍କ ପୁସ୍ତକରେ ଜଗତସିଂହପୁର ଘଣ୍ଟ ପାଟୁଆ ନୃତ୍ୟକୁ ପ୍ରଶଂସା । ଫ୍ରାନ୍ସର ଗବେଷକ ଚାର୍ଲ୍ସ ଫ୍ରେଜର ତାଙ୍କ ପୁସ୍ତକ ଇଣ୍ଡିଆନ ଡିଭୋସନରେ ଏହି ନୃତ୍ୟକୁ ପ୍ରସଂଶା କରିଛନ୍ତି । ଫ୍ରାନ୍ସର ଟେନ୍ସ ହର୍ଶନ ନାମକ ଏକ ପ୍ରକାଶନି ସଂସ୍ଥା ଚାର୍ଲ୍ସ ଫ୍ରେଜରଙ୍କ ଦ୍ଵାରା ସଂଗୃହୀତ ଏହି ଗବେଷଣାତ୍ମକ ଗ୍ରନ୍ଥରେ ସାରଳା ଘଟ ନୃତ୍ୟ ସମ୍ପର୍କରେ ସଚିତ୍ର ବର୍ଣ୍ଣନା କରାଯାଇଛି । ଜିଲ୍ଲାର ଇଷ୍ଟଦେବୀ ମାଆ ଶାରଳା ମନ୍ଦିରରେ ପ୍ରଚଳିତ ଘଟ ନୃତ୍ୟ ପରମ୍ପରାର ବିଶେଷତ୍ୱ, ମହତ୍ଵ ଓ ତଥ୍ୟ ସମ୍ବଳିତ ଲେଖା ଏହି ଗ୍ରନ୍ଥରେ ଉଲ୍ଲେଖ କରାଯାଇଛି । ଶାରଳା ଘଟ ନୃତ୍ୟ ଉପରେ ବିଦେଶ ଗବେଷକଙ୍କ ଗବେଷଣାତ୍ମକ ପୁସ୍ତକକୁ ନେଇ ଗବେଷକ ଚାର୍ଲ୍ସ ଫ୍ରେଜର ଓ ଏହାକୁ ବର୍ଣ୍ଣନା କରିଥିବା ସୁମେଧା ସାହାଙ୍କୁ ମନ୍ଦିର ପକ୍ଷରୁ ଧନ୍ୟବାଦ ଦିଆଯାଇଛି । ଜିଲ୍ଲାର ଇଷ୍ଟଦେବୀ ମାଆ ଶାରଳାଙ୍କ ପୀଠରେ ଚୈତ୍ର ମାସରେ ଘଣ୍ଟ ପାଟୁଆ ନୃତ୍ୟ ବେଶ ଆକର୍ଷଣୀୟ ହୋଇଥାଏ । ମାସକ ପୂର୍ବରୁ ଘଣ୍ଟ ପାଟୁଆମାନେ ମନ୍ଦିରରେ ଅଧିଆ ପଡିବା ସହ ବିଭିନ୍ନ ଗାଁରେ ମାଆଙ୍କ ଘଟ ମୁଣ୍ଡରେ ମୁଣ୍ଡାଇ ବୁଲିଥାନ୍ତି । ଗ୍ରାମଞ୍ଚଳର ଲୋକେ ମାଆ ଶାରଳାଙ୍କ ଘଟ ଦେଖି ପାଟୁଆଙ୍କ ପାଦ ଧୋଇଦେବା ସହ ଭୋଗ ପଣା ଦେଇ ସନ୍ତୁଷ୍ଟ କରାଇଥାନ୍ତି । ଘଣ୍ଟ ପାଟୁଆମାନେ ମଧ୍ୟ ମାଆଙ୍କ ମହିମା ପ୍ରଚାର ପ୍ରସାର କରିବା ସହ ଘଟକୁ ମୁଣ୍ଡାଇ ଘଣ୍ଟର ତାଳେ ତାଳେ ନୃତ୍ୟ ପରିବେଷଣ କରିଥାନ୍ତି ।
ଇଟିଭି ଭାରତ, ଜଗତସିଂହପୁର