thumbnail

ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଖୋର୍ଦ୍ଧାରେ ଚଢାଉ

By

Published : Aug 26, 2022, 4:47 PM IST

Updated : Feb 3, 2023, 8:27 PM IST

ଖୋର୍ଦ୍ଧାରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢାଉ । ସହରର ବିଭିନ୍ନ ତେଜରାତି, ଜଳଖିଆ, ହୋଟେଲ ଓ ରେଷ୍ଟୁରାଣ୍ଟରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ତେବେ ଜିଲ୍ଲା ନିରାପତ୍ତା ଅଧିକାରୀ ନିବେଦିତା ଭଟ୍ଟଙ୍କ ନେତୃତ୍ବରେ ୬ ଜଣିଆ ଟିମ ଏହି ଚଢାଉରେ ସାମିଲ ଥିଲେ । ସୂଚନା ଅନୁଯାୟୀ, ଅଧିକ ଲାଭ ଆଶାରେ ବ୍ୟବସାୟୀ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି । ଯାହାଦ୍ବାରା ସାଧାରଣ ଲୋକ ନାନାରୋଗର ଶିକାର ହେଉଛନ୍ତି । ତେଣୁ ଏଥିରେ ରୋକ ଲଗାଇବା ପାଇଁ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଏନେଇ ତେଜରାତି ଦୋକାନରେ ଅପମିଶ୍ରିତ ତେଲ, ଡାଲି, ତାରିଖ ଚାଲିଯାଇଥିବା କିଛି ପ୍ୟାକେଟ ଖାଦ୍ୟ ଓ ଦୋକାନର ଫୁଡ ଲାଇସେନ୍ସ ସବୁ ତଦାରଥ ତରାଯିବା ସହ ନମୁନା ସଂଗ୍ରହ କରାଯାଇ ଲାବୋରେଟରୀକୁ ପଠାଯାଇଥିବା ନେଇ ଜଣାପଡିଛି । ଇଟିଭି ଭାରତ, ଖୋର୍ଦ୍ଧା
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.