ପୁରୀ ଜିଲ୍ଲାରେ ବନ୍ୟା ବିଭୀଷିକା, 20 ରୁ ଅଧିକ ପଞ୍ଚାୟତ ପ୍ରଭାବିତ

By

Published : Aug 18, 2022, 9:10 PM IST

Updated : Feb 3, 2023, 8:26 PM IST

thumbnail
ପୁରୀ:ପୁରୀ ଜିଲ୍ଲାରେ ବନ୍ୟା ବିଭୀଷିକା । ନିମାପଡା ଓ ଗୋପ ବ୍ଲକରେ ଧାନୁଆ ନଦୀର ବନ୍ୟା ଜଳ ଯୋଗୁଁ 20 ରୁ ଅଧିକ ପଞ୍ଚାୟତ ପ୍ରଭାବିତ ହୋଇଛି । ଶହ ଶହ ଏକର ଚାଷ ଜମିରେ ବନ୍ୟା ପାଣି ପଶି ଚାଷ ଜମି ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ଏନେଇ ଚାଷୀ ଚିନ୍ତାରେ । ସେପଟେ ଧନୁଆ ନଦୀ ଅବବାହିକାରେ ଥିବା ଶତାଧିକ ଗ୍ରାମରେ ବନ୍ୟା ଜଳ ମାଡ଼ି ଯାଇଛି । ଜଳବନ୍ଦୀ ଘେରରେ ଏବେ ହଜାର ହଜାର ଲୋକ । ଲୋକଙ୍କ ନିକଟରେ କିଭଳି ରିଲିଫ ପହଞ୍ଚିବ ସେନେଇ ବନ୍ୟାଞ୍ଚଳ ପରିଦର୍ଶନ କରୁଛନ୍ତି ନିମାପଡ଼ା ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ଲୋକଙ୍କ ଅଭିଯୋଗ ଶୁଣିବା ସହ ବନ୍ୟା ବିପନ୍ନଙ୍କୁ ତୁରନ୍ତ ସ୍ଥାନୀୟ ପ୍ରଶାସନର ସମସ୍ତ ସହଯୋଗ ଓ ସାହାଯ୍ୟ ପ୍ରଦାନ ପାଇଁ ସ୍ଥାନୀୟ ବିଡ଼ିଓ ଓ ତହସିଲଦାରଙ୍କୁ ମନ୍ତ୍ରୀ ସମୀର ଦାଶ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଆଖିରେ ରଖି ଆସନ୍ତା ୧୯ ଓ ୨୦ ତାରିଖ ଦୁଇ ଦିନ ସ୍କୁଲ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି ।
Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.