ଫୁଲିଲା ଧନୁଆ ନଦୀ, ଗାଁରେ ପଶିଲା ବନ୍ୟା ପାଣି, 5 ପଞ୍ଚାୟତ ଜଳବନ୍ଦୀ

By

Published : Aug 17, 2022, 8:52 PM IST

Updated : Feb 3, 2023, 8:26 PM IST

thumbnail
ପୁରୀ: ମହାନଦୀର ବନ୍ୟାଜଳ ଏହାର ଶାଖା ନଦୀରେ ପ୍ରଵେଶ କରିଛି । ପୁରୀ ନିମାପଡା ବ୍ଲକର ଧନୁଆ ନଦୀରେ ବନ୍ୟା । ଫଳରେ ପାଣି ଘେରରେ 5ଟି ପଞ୍ଚାୟତର 20 ରୁ ଉର୍ଦ୍ଧ୍ବ ଗ୍ରାମ । ଧନୁଆ, ଅଲଣ୍ଡା, ଶଗଡା, ବଡ଼ ମାଛପୁର ପଂଚାୟତ ଜଳବନ୍ଦୀ ଅବସ୍ଥାରେ ରହିଛି । ତେବେ ବିଶେଷ କରି ଧନୁଆର ଦେଖତା, ଦିହସାହି, ସୁନୁ ଗୁରୁଡ଼ି, ବଉଲ ପଡ଼ା, ବଣିଆ ସାହି ଜଳମଗ୍ନ ଥିବା ବେଳେ ଏକର ଏକର ଧାନ ଜମି ଜଳମଗ୍ନ ହୋଇଥିବା ଜଣାପଡିଛି । ସେହିପରି ପିପିଲି ର କାଜିପାଟଣାରେ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଯୋଗୁଁ ପିପିଲି ନିମାପଡ଼ା ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି ।
Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.