Delhi: କନ୍ନଟ ପ୍ଲେସ DCM ବିଲ୍ଡିଂରେ ନିଆଁ, ଆୟତରେ ଲାଗିଛନ୍ତି ଏକାଧିକ ଫାଏର ଟିମ୍ - ଦିଲ୍ଲୀ କନ୍ନଟପ୍ଲେସରେ ଅଗ୍ନିକାଣ୍ଡ
🎬 Watch Now: Feature Video
ନୂଆଦିଲ୍ଲୀ: କନ୍ନଟ ପ୍ଲେସରେ ଥିବା DCM ବିଲ୍ଡିଂରେ ନିଆଁ ଲାଗିଛି । ବିଲ୍ଡିଂର 9ମ ମହଲାରେ ଭୀଷଣ ନିଆଁ ଲାଗିଛି । ପ୍ରାୟ 10ରୁ ଅଧିକ ଫାଏର ଟିମ୍ ନିଆଁକୁ ଆୟତ କରିବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ କରାଯାଇ ପାରିନାହିଁ । 9ମ ମହାଲରେ ନିଆଁ ଲାଗିଥିବାରୁ ଉଚ୍ଚ କ୍ରେନ ମାଧ୍ୟମରେ ନିଆଁଲିଭା କାର୍ଯ୍ୟ ଜାରି ରଖିଛନ୍ତି ଅଗ୍ନିଶମ ବିଭାଗର କର୍ମଚାରୀ । ବର୍ତ୍ତମାନ ସୁଦ୍ଧା କୌଣସି ମାନବୀୟ କ୍ଷୟକ୍ଷତି ନେଇ ସୂଚନା ମଧ୍ୟ ମିଳିନାହିଁ । ଅନ୍ୟପଟେ ବିଲ୍ଡିଂକୁ ସମ୍ପୂର୍ଣ୍ଣ ଖାଲି କରାଯାଇଛି । ନିଆଁ ଲାଗିବାର କାରଣ ସମ୍ପର୍କରେ ମଧ୍ୟ କିଛି ସ୍ପଷ୍ଟ ହୋଇପାରିନାହିଁ । ସଟସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅପରାହ୍ନରେ ଅଟ୍ଟାଳିକାର 9ମ ମହଲାରେ ନିଆଁ ଦେଖାଯାଇଥିଲା । ସୂଚନା ପାଇଁ ତୁରନ୍ତ ଅଗ୍ନିଶମ ବାହିନୀର ଏକାଧିକ ଟିମ ଘଟଣାସ୍ଥଳରେ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ