ରୁଙ୍ଗଟା କାରଖାନାରେ ଅଗ୍ନିକାଣ୍ଡ, ସ୍ଥିତି ସମୀକ୍ଷା କଲେ ଉପଜିଲ୍ଲାପାଳ
🎬 Watch Now: Feature Video
ଢେଙ୍କାନାଳ: ଢେଙ୍କାନାଳ ଝାଡ଼ବନ୍ଧସ୍ଥିତ ରୁଙ୍ଗଟା କାରଖନାରେ ଘଟିଛି ଦୁର୍ଘଟଣା। କାରଖାନାର ଏସଏମଏସ ୟୁନିଟର ଏକ ଫରନେସ ପମ୍ପଚର ହେବା ଯୋଗୁଁ ବ୍ଲାଷ୍ଟିଙ୍ଗ ହୋଇ ରୁଙ୍ଗଟା ଷ୍ଟିଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଛି । ତେବେ ତୁରନ୍ତ ଏହି ଫରନେସକୁ କାରଖନା ବନ୍ଦ କରିଦିଆ ଯାଇଥିବା କାରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଫଳରେ ଏହି ରୁଙ୍ଗଟା ପ୍ଲାଣ୍ଟ ଆଜି ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛି ।
ତେବେ ଏହି ଦୁର୍ଘଟଣାରେ ଦୁଇ ତିନିଜଣ ଶ୍ରମିକ ସାମାନ୍ୟ ଆହତ ହୋଇଛନ୍ତି । କାରଖାନାର ଏସଏମଏସ ୟୁନିଟର 1B4 ଫରନେସଟି ଲିକ ହେବାରୁ ନିଆଁ ବାହାରିଥିଲା । ଫଳରେ କାରଖନାର ଅଗ୍ନି ନିର୍ବାପକ ଦଳ ପହଁଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲା । ଉକ୍ତ ଅଘଟଣ ସମୟରେ ସେଠାରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଶ୍ରମିକ ଓ କର୍ମଚାରୀ କାମ କରୁଥିଲେ ବୋଲି ସୂଚନା ମିଳିଛି । ଏହି ଅଘଟଣ ସମ୍ପର୍କରେ ଖବର ପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ହିନ୍ଦୋଳ ତହସିଲଦାର ଓ ଉପଜିଲ୍ଲାପାଳ କାରଖାନାକୁ ଯାଇ ଦୁର୍ଘଟଣା ସମ୍ପର୍କରେ ଯାଞ୍ଚ ଆରମ୍ଭ କରିଛନ୍ତି।
ଇଟିଭି ଭାରତ, ଢେଙ୍କାନାଳ