thumbnail

By

Published : Jun 18, 2023, 5:10 PM IST

Updated : Jun 18, 2023, 6:57 PM IST

ETV Bharat / Videos

Film Adipurush: ବଦଳିବ ବିବାଦୀୟ ସଂଳାପ, କଣ କହୁଛନ୍ତି ସଂଳାପ ଲେଖକ

ହାଇଦ୍ରାବାଦ: ରାମାୟଣ କଥାବସ୍ତୁକୁ ନେଇ ନିର୍ମିତ ବିଗ୍‌ ବଜେଟ୍‌ ସିନେମା ‘ଆଦିପୁରୁଷ’କୁ ନେଇ ଦେଶବ୍ୟାପୀ ଅସନ୍ତୋଷ । ଏହି ପୌରାଣିକ କାହାଣୀରେ ଚରିତ୍ର ଚିତ୍ରଣ, ରୂପସଜ୍ଜା ଓ ସଂଳାପକୁ ନେଇ ରିଲିଜର ପ୍ରଥମ ଦିନରୁ ଏହି ସିନେମାକୁ ବିରୋଧ କରାଯାଉଛି । ଏଥିରେ ଏକାଧିକ ବିବାଦୀୟ ତଥା କୁତ୍ସିତ ସଂଳାପକୁ ନେଇ ଦର୍ଶକଙ୍କ ମଧ୍ୟରେ ମାତ୍ରାଧିକ ଅସନ୍ତୋଷ ଦେଖିବାକୁ ମିଳିଛି । ଯାହା ଫଳରେ ଏକାଧିକ ସ୍ଥାନରେ ସିନେମାନକୁ ବର୍ଜନ କରାଯିବା ସହ ହଲ୍‌ରେ ଚଲାଇବାକୁ ମଧ୍ୟ ଦିଆଯାଉନି । ଏହାରି ମଧ୍ୟରେ ବିବାଦୀୟ ସଂଳାପକୁ ସଂଶୋଧିତ କରିବା ପାଇଁ ପ୍ରଯୋଜନା ସଂସ୍ଥା ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି । ଚଳଚିତ୍ରରେ ସଂଳାପ ଲେଖିଥିବା ମନୋଜ ମୁନ୍ତାଶିର କହିଛନ୍ତି, ନିର୍ଦ୍ଦିଷ୍ଟ ଭାବେ 5ଟି ସଂଳ୍ପାପକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଦର୍ଶକ ଯଦି କିଛି ଅଂଶକୁ ନାପସନ୍ଦ କରୁଛନ୍ତି, ତାକୁ ସଂଶୋଧନ କରିବା ପ୍ରଯୋଜନା ସଂସ୍ଥାର କାର୍ଯ୍ୟ । ତେଣୁ ଏହି ବିବାଦୀୟ ସଂଳାପକୁ ସଂଶୋଧନ କରାଯିବ । ଶୁଣନ୍ତୁ ‘ଆଦିପୁରୁଷ’ର ସଂଳାପକାରଙ୍କ ପ୍ରତିକ୍ରିୟା । 

Last Updated : Jun 18, 2023, 6:57 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.