Watch: ମନ୍ଦିରରେ ପିଟାପିଟି ହେଲେ ଭକ୍ତ ଓ ପୂଜାରୀ - ଭକ୍ତ ପୂଜାରୀ ପିଟାପିଟି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/10-10-2023/640-480-19728608-thumbnail-16x9-bnfb.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Oct 10, 2023, 1:00 PM IST
ଡେରାଡୁନ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଥିବା ତୃତୀୟ କେଦାର ପ୍ରଭୁ ତୁଙ୍ଗନାଥ ମନ୍ଦିରରେ ପୁରୋହିତ ଏବଂ ଭକ୍ତଙ୍କ ମଧ୍ୟରେ ମାରପିଟ୍ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ଉଭୟ ଦଳ ପରସ୍ପର ସହ ଲଢୁଛନ୍ତି । ଏହି ବିବାଦର କାରଣ ମନ୍ଦିରର ଦର୍ଶନ ସହିତ ଜଡିତ ବୋଲି ସୂଚନା ମିଳିଛି । ତେବେ ଏହି ବିବାଦ ଏତେ ବଢିଯାଇଥିଲା ଯେ ଭକ୍ତମାନେ ତମ୍ବାର ଢାଳରେ ପୂଜାରୀଙ୍କୁ ଆକ୍ରମଣ କରିଥିଲେ । ଏନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ଏହି ଭାଇରାଲ ଭିଡିଓଟି କିଛି ଦିନ ପୂର୍ବର ହୋଇଥିବା ଜଣାପଡିଛି । ଗତ ୪ ତାରିଖ ଦିନ ଏନେଇ ରୁଦ୍ରପ୍ରୟାଗର ଉଖିମାଥ ପୋଲିସ ଷ୍ଟେସନରେ ପୁରୋହିତମାନେ ଅଭିଯୋଗ କରିଥିଲେ ।
ଏହା ମଧ୍ୟ ପଢନ୍ତୁ- ଡାକ୍ତରଖାନାରେ ଥାନା ଡ୍ରାଇଭର ଓ ଥାନା ଅଧିକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ