thumbnail

By

Published : Apr 22, 2023, 5:39 PM IST

ETV Bharat / Videos

ଅଧା ରହିଗଲା ଇଦ ପାଳନ, ଟ୍ରକ ଧକ୍କାରେ ଚାଲିଗଲା ବାପାପୁଅଙ୍କ ଜୀବନ

ଅନୁଗୋଳ: ଚାଲିଥିଲା ଖୁସିର ମାହୋଲ । ଇଦ ପାଇଁ ପୁଅକୁ ଧରି ବଜାର ଆସିଥିଲା ବାପା । ସଉଦା ସାରି ଘରକୁ ଫେରିବା ବାଟରେ ଜଗିଥିଲା ଯମ । ଟ୍ରକ ଦୁର୍ଘଟଣାରେ ଚାଲିଗଲା ବାପପୁଅଙ୍କ ଜୀବନ। ଅଧାରେ ରହିଗଲା ଇଦ ପାଳନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ତାଳଚେର ଥାନା ବାଙ୍କଧରା ଛକ ନିକଟରେ  ଘଟିଛି । ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୩ ବର୍ଷର ପୁଅ ସମେତ ତା' ବାପାର ମୃତ୍ୟୁ ହୋଇଛି।  

ସୌଭାଗ୍ୟବଶତଃ ଗାଡିରେ ଥିବା ଭଣଜା ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁସାରେ ତାଳଚେର ଗୋଡ଼ିବନ୍ଧ ଅଞ୍ଚଳରେ ରହୁଥିବା ଏମଡି ଆସିଫ ଏକ ମୋଟରସାଇକେଲରେ ତାଙ୍କ ସାଢ଼େ ୩ ବର୍ଷର ପୁଅ ଏମଡି ଅସିବାର ଓ ଭଣଜା ଏମଡି କ୍ଷୀରୋଦଲାଲଙ୍କ ସହ ତାଳଚେର ବଜାରକୁ ଆସିଥିଲେ । ବଜାରରୁ ସଉଦାପତ୍ର କିଣି ସେ ଗୋଡିବନ୍ଧ ଆଡକୁ ଫେରୁଥିବା ବେଳେ ବାଙ୍କଧରା ଛକ ନିକଟରେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବାପା ଆସିଫ ଓ ପୁଅ ଆସିବାରଙ୍କ ମୃତ୍ୟୁ ହୋଇଥିଲା । 

ଏହା ବି ପଢନ୍ତୁ- ରାଜଧାନୀ ଉପକଣ୍ଠରେ ଭୟଙ୍କର ଅଗ୍ନିକାଣ୍ଡ, ଘର ସାମ୍ନାରେ ଜଳିଗଲା ୬ଟି ବାଇକ୍

ଭଣଜା କ୍ଷୀରୋଦଲାଲ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି । ତେବେ ବାଙ୍କଧରା ଛକରେ ଏହିଭଳି ବାରମ୍ବାର ଦୁର୍ଘଟଣା ଘଟି ଅନେକଙ୍କ ଜୀବନ ଯାଉଥିଲେ ବି ଏଥିପ୍ରତି କେହି ସତର୍କ ହେଉନାହାନ୍ତି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.