୨୨୦ କେଭି ଟାୱାର ଲାଇନ ସ୍ଥାପନକୁ ବିରୋଧ, ଧାରଣାରେ ଚାଷୀ

By

Published : May 12, 2023, 3:12 PM IST

thumbnail

ନିଆଳି: ଓପିଟିସିଏଲର ୨୨୦ କେଭି ଟାୱାର ଲାଇନ୍‌ ସ୍ଥାପନକୁ ବିରୋଧ କରି ତେଜିଲା ଚାଷୀ ଆନ୍ଦୋଳନ। ଜନବସତି ଅଞ୍ଚଳରେ ଟାୱାର ଲାଇନ ସ୍ଥାପନ ନିଷ୍ପତ୍ତିକୁ ବିରୋଧ କରି କଟକ ସଦର ଥାନା ଅନ୍ତର୍ଗତ ଗବଛନ୍ଦାରେ ଆନ୍ଦୋଳନ କଲେ ଚାଷୀ । ଯଦି ୨୨୦ କେଭି ଟାୱାର ଲାଇନ ସ୍ଥାପନ କରାଯାଏ ତେବେ ସମୁହ ଆତ୍ମହୁତି ଦେବେ ବୋଲି ମଧ୍ୟ ଧମକ ଦେଇଛନ୍ତି । ବର୍ଷବର୍ଷ ଧରି ପନିପରିବା ଚାଷ କରି ଗୁଜୁରାଣ ମେଣ୍ଟାଉ ଥିବା ଚାଷ ଜମି ଉପରେ ୨୨୦ କେଭି ଲାଇନ୍ ଯିବାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଫଶଲ ହେଉଥିବା ଅଞ୍ଚଳରେ ଟାୱାର ଲାଇନ୍ ଗଲେ ଜମିରେ ଉନ୍ନତମାନର ପରିବା ଚାଷ ଉତ୍ପାଦନରେ ବ୍ୟାଘାତ ସୃଷ୍ଟି ହେବ । ଫଳରେ ଚାଷ କରି ଗୁଜୁରାଣ ମେଣ୍ଟାଉଥିବା ଥିବା ଚାଷୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିବ ବୋଲି କହିଛନ୍ତି ଆନ୍ଦୋଳନକାରୀ । ଟାୱାର ଲାଇନର ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ଲାଇନ୍‌ର ୪୦ ମିଟର ପରିସୀମା ଭିତରେ ଜନ ବସତି ରହିଲେ ଏହାର କୁପ୍ରଭାବରେ ଲୋକମାନଙ୍କ ନିକଟରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ ବୋଲି ବୃକ୍ଷ ମାନବ ପ୍ରଭାସ କୁମାର ମଙ୍ଗରାଜ ମତବ୍ୟକ୍ତ କରିଛନ୍ତି । ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ ପୋଲିସ, ପ୍ରଶାସନ ଓ ଓପିଟିସିଏଲ୍ କର୍ମଚାରୀ ସେମାନଙ୍କ ସହ ଆଲୋଚନା କରିଥିଲେ । ଏନେଇ କଟକ ବାରଙ୍ଗ ତହସିଲଦାର ସଂକଳ୍ପ ସ୍ଵସ୍ତିକ ସାହୁଙ୍କୁ ପଚାରିବାରୁ ଆଗରୁ ୮ ବର୍ଷ ଧରି ଚାଷୀମାନେ କୋର୍ଟରେ କେଶ୍‌ କରିଥିଲେ କୋର୍ଟର ନିର୍ଦ୍ଦେଶ ଅନୁସାରେ ଜମିରେ ଟାୱାର ନିର୍ମାଣ କରାଯାଇଛି ବୋଲି କହିଛନ୍ତି ।


ଇଟିଭି ଭାରତ, ନିଆଳି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.