କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା କୁକୁଡ଼ା ଫାର୍ମ, ସ୍କୁଲ ଘର - କାଳବୈଶାଖୀରେ କ୍ଷତିଗସ୍ତ
🎬 Watch Now: Feature Video
ଖୋର୍ଦ୍ଧା : ଆଜି ଅପରାହ୍ନରେ ବୋଲଗଡ ବ୍ଲକରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି । କାଳବୈଶାଖୀ ତାଣ୍ଡବରେ ବିଶେଷ କରି ଆଜବେଷ୍ଟ ଛପର ଘର, ସ୍କୁଲ ଘର ସହ କୁକୁଡା ଚାଷୀ ପ୍ରଭାବିତ ହୋଇଛି । ଅପରାହ୍ନରେ ହଠାତ କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ପ୍ରଭାବିତ ହୋଇଥିଲା । ପବନର ତିବ୍ରତାରେ ପିଚୁକୁଳି ଗ୍ରାମର ଦୀନବନ୍ଧୁ ପଟ୍ଟନାୟକଙ୍କ ଦୁଇ ବଖରା ଘରର ଆଜବେଷ୍ଟ ଉଡି ଯାଇଥିବା ବେଳେ ହାଟବସ୍ତ ସ୍ଥିତ ମା ଯୋଗମାୟା ଉଚ୍ଚ ବିଦ୍ୟାଳୟ ଘର ଭାଙ୍ଗି ମାଟିରେ ମିଶି ଯାଇଛି । ସେହିପରି ଗେଡିଆପଲ୍ଲୀ ପଞ୍ଚାୟତ ଗୌଡନୂଆଗାଁ ର ଚାଷୀ ବିକାଶ ପରିଡା 5 ହଜାର କୁକୁଡା ଚାଷ ପାଇଁ ବିଭିନ୍ନ ବ୍ୟାଙ୍କ ଋଣ ଆଣି ଏବଂ ହାତ ଉଧାରି କରି କରିଥିବା ଫାର୍ମଟି ସଂପୂର୍ଣ୍ଣ ଭାଙ୍ଗି ମାଟିରେ ମିଶିଯାଇଛି । ହଠାତ କାଳ ବୈଶାଖୀ ପବନ ଯୋଗୁଁ ସବୁ ସ୍ବପ୍ନକୁ ଧୂଳିସାତ କରିଦେଇଥିବା ବେଳେ ସର୍ବସାନ୍ତ କରିଦେଇଥିବା ଦେଖିବାକୁ ମିଳିଛି । ପ୍ରାୟ ୧୧ ଦିନ ତଳେ ସୁଗୁନା କମ୍ପାନୀ ଦ୍ବାରା ବିକାଶ ୫ ହଜାର କୁକୁଡ଼ା ଚିଆଁ ସେ ଫାର୍ମ ରେ ପକାଇଥିଲେ । କାଳ ବୈଶାଖୀ ତାଣ୍ଡବରେ ସବୁ ମାଟିରେ ମିଶିବା ସହ ଭଙ୍ଗା ଘର ତଳେ ହଜାର ହଜାର ଚିଆଁ ରହିଥିବା ଦେଖିବକୁ ମିଳିଛି । ଏନେଇ ତୁରନ୍ତ କାଳ ବୈଶାଖୀ ତାଣ୍ଡବରେ କ୍ଷତିଗସ୍ତ ହୋଇଥିବା ଗରିବ ଚାଷୀଙ୍କୁ ସରକାର କିଛି ଆର୍ଥିକ ସହାୟତା ପାଇଁ ଦାବି ହେଉଛି ।
ଇଟିଭି ଭାରତ, ଖୋର୍ଦ୍ଧା