thumbnail

By

Published : Feb 2, 2023, 5:53 PM IST

Updated : Feb 3, 2023, 8:40 PM IST

ETV Bharat / Videos

ଗୁରୁତର ଅଭିନେତା ପିଣ୍ଟୁ ନନ୍ଦ, ତୁରନ୍ତ ଯକୃତ ପ୍ରତିରୋପଣ ପାଇଁ ଡାକ୍ତରଙ୍କ ପରାମର୍ଶ

ଭୁବନେଶ୍ବର: ଦିନକୁ ଦିନ ଗୁରୁତର ହେଉଛନ୍ତି ଜଣାଶୁଣା ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ । ଏବେ ସେ ଗୁରୁତର ଅବସ୍ଥାରେ ରାଜଧାନୀର ଘରୋଇ ହସ୍ପିଟାଲରେ ଚକିତ୍ସିତ ହେଉଛନ୍ତି । ଯକୃତ ରୋଗରେ ସେ ପୀଡ଼ିତ ଥିବା ଖୁବଶୀଘ୍ର ତାଙ୍କୁ ଦିଲ୍ଲୀ ନେଇ ଯକୃତ ପ୍ରତିରୋପଣ କରିବାକୁ ପରାମର୍ଶ ଦେଇଛନ୍ତି ତାଙ୍କ ଚିକିତ୍ସା କରୁଥିବା ଡାକ୍ତର । ଆସନ୍ତା ୬ ମାସ ମଧ୍ୟରେ ଯକୃତ ପ୍ରତିରୋପଣ ନହେଲେ ଅବସ୍ଥା ସଙ୍କଟାପନ୍ନ ହେବ ବୋଲି ଡାକ୍ତର କହିଛନ୍ତି । ଏହି ଅପରେସନ ଲାଗି ୫୦ ଲକ୍ଷ ଟଙ୍କାର ଆବଶ୍ୟକତା ଥିବାରୁ ପିଣ୍ଟୁଙ୍କ ପରିବାର ଓ ସମ୍ପର୍କୀୟଙ୍କ ପକ୍ଷରୁ ସହାୟତା ଲାଗି ରାଜ୍ୟବାସୀଙ୍କୁ ଅନୁରୋଧ କରାଯାଇଛି ।  

ପିଣ୍ଟୁ ନନ୍ଦଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଖବର ଶୁଣି ତାଙ୍କ ପରିବାର ଓ କଳାକାର ଆର୍ଥିକ ସହାୟତା ପାଇଁ ଅନୁରୋଧ କରୁଥିବା ବେଳେ ନିଜେ ପିଣ୍ଟୁ ନନ୍ଦ ନିଜ ପାଇଁ ସହାୟତା ମାଗିଛନ୍ତି । ପ୍ରଶଂସକମାନେ ବହୁ ଦୁଃଖ ପ୍ରକାଶ କରିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ତେଣୁ ତାଙ୍କ ଭଲପାଇବାକୁ ପାଥେୟ କରି ସେ ବଞ୍ଚିଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ସହଯୋଗ କରନ୍ତୁ ବୋଲି ହସ୍ପିଟାଲରୁ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି । ଓଲିଉଡ ଅଭିନେତା ମିଟୁମିଥୁନ ହସ୍ପିଟାଲରେ ପିଣ୍ଟୁଙ୍କୁ ଦେଖାକରିବାକୁ ଯାଇଥିବା ବେଳେ କୋହଭରା କଣ୍ଠରେ ତାଙ୍କ ପାଇଁ ସହାୟତା ଯୋଗାଇବା ଲାଗି ଅନୁରୋଧ କରିଛନ୍ତି । ପିଣ୍ଟୁ ନନ୍ଦ ନିଜ ନିଜର ଚିକିତ୍ସା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ଏଥିପାଇଁ ତାଙ୍କ ପରିବାର ପକ୍ଷରୁ ତାଙ୍କ ଭାଇଙ୍କ ନମ୍ବର ଦିଆଯାଇଛି ।

ଏହା ବି ପଢନ୍ତୁ- ଅସୁସ୍ଥ ହେଲେ ଇଲିଆନା : ସୋସାଲ ମିଡିଆରେ ଫଟୋ ସେୟାର କଲେ

ପିଣ୍ଟୁ ନନ୍ଦ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସହାୟତା ଯୋଗାଇବା ଲାଗି ତାଙ୍କ ଭାଇଙ୍କ ବ୍ୟାଙ୍କ ଆକାଉଣ୍ଟର ସମସ୍ତ ତଥ୍ୟ ଦେଇଛନ୍ତି ।  ଉକ୍ତ ଆକାଉଣ୍ଟ ନମ୍ବରରେ ଆର୍ଥିକ ସହାୟତା ଦେବା ଲାଗି ସେ ଅନୁରୋଧ କରିଛନ୍ତି । ସୂଚନା ଥାଉ କି ଅଭିନେତା ପିଣ୍ଟୁ ନନ୍ଦ ଲିଭର ସିରୋସିସ ରୋଗରେ ପୀଡ଼ିତ ଅଛନ୍ତି । ଅର୍ଥର ଯୋଗାଡ଼ ହେବା ପରେ ସେ ଦିଲ୍ଲୀ ଯାଇ ଚିକିତ୍ସିତ ହେବେ । ପିଣ୍ଟୁ ନନ୍ଦ ଓଲିଉଡ ଜଗତରେ ବେଶ ଜଣାଶୁଣା କଳାକାର । ସେ ପ୍ରାୟ ୩୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି ।  

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 3, 2023, 8:40 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.