SCO Summit 2023: ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ସଫା ସଫା ଶୁଣାଇଲେ ଜୟଶଙ୍କର - ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର
🎬 Watch Now: Feature Video
ପାଣାଜୀ: ଗୋଆରେ ଅନୁଷ୍ଠିତ ହୋଇଛି ସଂଘର ସହଯୋଗ ସଂଗଠନ ସମ୍ମିଳନୀ ବା ଏସସିଓ ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀ । ଏହି ସମ୍ମିଳନୀରେ ସମସ୍ତ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ ଯୋଗ ଦେଇଛନ୍ତି । ଚଳିତ ବର୍ଷ ଭାରତ ଏସସିଓ ସଂଗଠନର ଅଧ୍ୟକ୍ଷତା କରିଥିବା ବେଳେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସମ୍ମିଳନୀରେ ନେତୃତ୍ବ ନେଇଛନ୍ତି । ତେବେ ଗୋଆରେ ଅନୁଷ୍ଠିତ ଏସସିଓ ସଂଗଠନ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ପାକିସ୍ତାନ ମଧ୍ୟ ସାମିଲ ହୋଇଛି । ଯେଉଁଠାରେ ଆତଙ୍କବାଦୀ ପ୍ରସଙ୍ଗ ଉଠାଇ ପାକିସ୍ତାନକୁ ଆଇନା ଦେଖାଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ।
ଚଳିତ ବର୍ଷ ଭାରତ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରୁଥିବାରୁ ନୂଆଦିଲ୍ଲୀ ଏସସିଓ ପ୍ରୋଟୋକଲ ଅନୁଯାୟୀ ଏସସିଓର ସମସ୍ତ ରାଷ୍ଟ୍ରଙ୍କୁ ଏହି ସମ୍ମିଳନୀକୁ ଆମନ୍ତ୍ରଣ କରାଯାଇଥିଲା । ଏହିକ୍ରମରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲୱାଲ ଭୁଟ୍ଟୋ ଜର୍ଦ୍ଦାରୀ ସମ୍ମିଳନୀ ପାଇଁ ଭାରତ ଆସି ଗୋଆରେ ପହଞ୍ଚିଥିଲେ । ପ୍ରାୟ ୧୨ ବର୍ଷ ପରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତରେ ଆସିଛନ୍ତି । ତେବେ ସମ୍ମିଳନୀରେ ପ୍ରାୟ ୧୫ଟି ଗୁରୁତ୍ବପୂର୍ଣ୍ଣ ବୁଝାମୁଣା ଉପରେ ଆଲୋଚନା ହୋଇଛି । ଆତଙ୍କବାଦ ବିରୋଧୀ ରଣନୀତି ଓ ସହଯୋଗ, ବାଣିଜ୍ୟ ବ୍ୟବସାୟ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏହି ସମୟରେ ଆତଙ୍କବାଦୀ ପ୍ରସଙ୍ଗ ଉଠାଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ।
ଆତଙ୍କବାଦ ବିରୋଧୀ ରଣନୀତି ଓ ସହଯୋଗ, ବାଣିଜ୍ୟ ବ୍ୟବସାୟ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ଭାରତ ସୀମାରେ ଆତଙ୍କବାଦୀକୁ ବରଦାସ୍ତ କରାଯିବ ନାହିଁ ବୋଲି ପାକିସ୍ତାନ, ଚୀନ ସମେତ ସମସ୍ତ ସଦସ୍ୟ ଦେଶ ସାମ୍ନାରେ ସଫା ସଫା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ସେ କହିଛନ୍ତି, "ସମସ୍ତଙ୍କୁ ଏକାଠି ହୋଇ ଆତଙ୍କବାଦ ସହ ଲଢିବାକୁ ହେବ । ସୀମାରୁ ଆତଙ୍କବାଦ ବନ୍ଦ ହେବା ଦରକାର । ଆତଙ୍କବାଦ ଏକ ବିପଦ । ଆତଙ୍କବାଦକୁ ପ୍ରୋତ୍ସାହନ ବନ୍ଦ କରାଯାଉ । ଆତଙ୍କବାଦର ମୁକାବିଲା କରିବା ଏସସିଓର ମୂଳ ଉଦ୍ଦେଶ୍ୟ ମଧ୍ୟରୁ ଗୋଟିଏ । ଯେବେ ବିଶ୍ବ କୋଭିଡ ସହ ଲଢୁଥିଲା ଆତଙ୍କବାଦର ବିପଦ ମଧ୍ୟ ରହିଥିଲା । ଏଥିରେ ପାକିସ୍ତାନ ନାଁ ନନେଇ ସୀମା ପାର ଆତଙ୍କବାଦୀ ସାମିଲ ଥିବା କହିଛନ୍ତି ଏସ. ଜୟଶଙ୍କର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ