Digital Dialogue: ଚାଷୀଙ୍କ କଥା ଯିଏ ଶୁଣିବେ ଚାଷୀ ତାଙ୍କୁ ସମର୍ଥନ କରିବେ - ଚାଷୀଙ୍କ କଥା ଯିଏ ଶୁଣିବେ ଚାଷୀ ତାଙ୍କୁ ସମର୍ଥନ କରିବେ

🎬 Watch Now: Feature Video

thumbnail

By

Published : Jan 28, 2023, 9:50 PM IST

Updated : Feb 3, 2023, 8:39 PM IST

ଭୁବନେଶ୍ବର: ଭାରତ ଏକ କୃଷି ପ୍ରଧାନ ଦେଶ । ଧାନ ଆମର ସର୍ବାଧିକ ଉତ୍ପାଦନ ହେଉଛି । ଧାନ ଚାଷ ପାଇଁ ଚାଷୀ ଯାହା ଖର୍ଚ୍ଚ କରୁଛି ତାହା ଧାନ ଉତ୍ପାଦନରୁ ପାଉନାହିଁ । ଯାହାକୁ ନେଇ ଚାଷୀ ଭିନ୍ନ ଭିନ୍ନ ସମୟରେ ଆନ୍ଦୋଳନ କରିଆସୁଛି । 2017 ରେ ଓଡିଶା ବିଧାନସଭା ଧାନ କ୍ବୁଇଣ୍ଚାଲ ପ୍ରତି 29 ଶହ ଟଙ୍କା କରିବାକୁ ପ୍ରସ୍ତାବ ପାରିତ କରିଥିଲେ । କିନ୍ତୁ ଆଜି ଯାଏଁ ଚାଷୀଙ୍କୁ ତାହା ମିଳିପାରି  ନାହିଁ । ଧାନ ମଣ୍ଡିରେ ଅନେକ  ଅନିୟମିତତା ରହିଛି । ଚାଷୀ ପଞ୍ଜିକରଣ ଠାରୁ ଆରମ୍ଭ କରି ସାଟେଲାଇଟ ସର୍ଭେ ପର୍ଯ୍ୟନ୍ତ ସବୁଠି ସଠିକ ବ୍ୟବସ୍ଥା ହେଉନାହିଁ । ଚାଷୀଙ୍କୁ ଅନ୍ଧାରରେ ରଖି ସରକାର ଧାନ କିଣୁଛନ୍ତି । ସରକାର ଯେତିକି ଧାନ କିଣିବାକୁ ଟାର୍ଗେଟ ରଖିଛନ୍ତି ସେତିକି ବ୍ୟବସ୍ଥା ହୋଇନାହିଁ । ଇଟିଭି ଭାରତ ଡିଜିଟାଲ ଡାଏଲଗକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ନବନିର୍ମାଣ କୃଷକ ସଂଗଠନର ସଦସ୍ୟ   ରଶ୍ମି ରଞ୍ଜନ ସ୍ବାଇଁ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା । 

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.