thumbnail

By

Published : Apr 29, 2023, 9:40 PM IST

ETV Bharat / Videos

Digital Dialogue: ‘ଦୁର୍ବଳ ଭିତ୍ତିଭୂମି ଯୋଗୁଁ ହେଉଛି ପାଓ୍ବାର କଟ୍, ଟଙ୍କା ଖାଇଲା କିଏ ତାକୁ ଧର’

ଭୁବନେଶ୍ବର: ରାଜ୍ୟରେ ଘନ ଘନ ହେଉଛି ପାଓ୍ବାର କଟ୍ । ଗାଁ ଗହଳି ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ କେଉଁଠି 1 ଘଣ୍ଟା ତ ଆଉ କେଉଁଠି ଘଣ୍ଟା ଘଣ୍ଟା  ବିଜୁଳି କାଟ ହେଉଛି । କଣ ଏହି ପାଓ୍ବାର କଟ ପଛର କାରଣ ?  ଏନେଇ ଡିଜିଟାଲ ଡାଏଲଗ କାର୍ଯ୍ୟକ୍ରମରେ ଭାଗ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘର ସଭାପତି କହିଛନ୍ତି ରାଜ୍ୟରେ ସରପ୍ଲସ ପାଓ୍ବାର ରହିଛି । ତେଣୁ ବିଦ୍ୟୁତ ଅଭାବ ପାଇଁ ବିଦ୍ୟୁତ କାଟ ହେଉଛି କହିବା ଠିକ ହେବ ନାହିଁ । 33କେଭିରୁ ଏଲଟି ଲାଇନ ପର୍ଯ୍ୟନ୍ତ ବିଦ୍ୟୁତ ଭିତ୍ତିଭୂମି ସଜାଡିବାରେ ଆମେ ବିଫଳ ହୋଇଥିବାରୁ ଏହି ବିଦ୍ୟୁତ କାଟ ହେଉଛି । ଓଇଆରସି ଜରିଆରେ ଓପିଟିସିଏଳ ବିଦ୍ୟୁତ ଉପଭକ୍ତା ମହାସଂଘକୁ ଦେଇଥିବା ତଥ୍ୟ ଅନୁସାରେ ଭିତ୍ତିଭୂମି ସଜାଡିବା ସହିତ ଅନ୍ୟାନ୍ୟ ଯୋଜନାରେ ଖର୍ଚ୍ଚ ହେବା ପାଇଁ 7 ହଜାର 169 କୋଟି ଟଙ୍କା ଦେଇଛନ୍ତି ରାଜ୍ୟ ସରକାର । ଏଥିମଧ୍ୟରୁ କେବଳ ଭିତ୍ତି ଭୂମିରେ ଖର୍ଚ୍ଚ ହୋଇଛି 3222 କୋଟି ଟଙ୍କା । ଯଦି ଏତେ ଟଙ୍କା ଭିତ୍ତିଭୂମିରେ ଖର୍ଚ୍ଚ ହୋଇଛି ତେବେ ଲାଇନ କଟୁଛି କାହିଁକି ? ଏହାର ତଦନ୍ତ କରାଯାଉ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । କିନ୍ତୁ ଏଯାଏ ସେପରି କିଛି କରାଗଲା ନାହିଁ । ବଡ଼ କଥା ହେଲା ଗ୍ରୀଷ୍ମ ଆରମ୍ଭରୁ ଶକ୍ତିମନ୍ତ୍ରୀ କହିଥିଲେ ଏଥର ପାଓ୍ବାର କଟ ହେବ ନାହିଁ । କିନ୍ତୁ ସେମିତି କିଛି ହେଲା ନାହିଁ । ପାଓ୍ବାରକଟ ଲଗାତର ଚାଲିଛି । ଏଭଳି ସଂଗୀନ ଅଭିଯୋଗ କରିଛନ୍ତି ବିଦ୍ୟୁତ ଉପଭୋକ୍ତା ମହାସଂଘର ସଭାପତି ରମେଶ ଶତପଥୀ । ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ୍, ଇଟିଭି ଭାରତ ଓଡିଶା  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.