ଅଞ୍ଚଳ ନ ଛାଡ଼ିବାକୁ ଅନୁରୋଧ କରିଥିଲେ ନକ୍ସଲ: ଦମନ ରିଅଲ ହିରୋ - ଦମନ ରିଅଲ ହିରୋଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର
🎬 Watch Now: Feature Video
ଭୁବନେଶ୍ବର: ଓଡିଆ ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର 'ଦମନ'କୁ (Ollywood movie Daman Premiere) ଦେଖିବାକୁ ସବୁ ପ୍ରେକ୍ଷାଳୟରେ ଭିଡ ଜମିଛି । ଦମନ ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ । ଯୁବ ଡାକ୍ତର ଓଁକାର ହୋତାଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛି ଚଳଚ୍ଚିତ୍ର ଦମନରେ । ଡାକ୍ତରୀ ପାଠ ଶେଷ କରିବା ପରେ ଡାକ୍ତରଙ୍କର ପୋଷ୍ଟିଂ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ହୋଇଥିଲା । ଏହି ଅପହଞ୍ଚ ଜିଲ୍ଲାରେ ମୌଳିକ ସୁବିଧା ସୁଯୋଗର ଅଭାବ ଥିବା ସହିତ ନକ୍ସଲ ଅଞ୍ଚଳରେ ଯୁବ ଡାକ୍ତର ଜଣକ ବହୁ ସଂଘର୍ଷ କରି ରୋଗୀ ସେବା କରିଛନ୍ତି । ଆଜି ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର (ETV BHARAT Exclusive interview with Daman Film real hero)ଦେଇ ସେହି ଦିନକୁ ମନେ ପକାଇଛନ୍ତି ଦମନର ରିଅଲ ହିରୋ ଡକ୍ଟର ଓଁକାର ହୋତା । ଫିଲ୍ମରେ ସେ ନିଜ ବିଗତ ଦିନକୁ ଦେଖି ଭାବବିହ୍ବଳ ହୋଇପଡିଥିବା କହିଛନ୍ତି । ଉକ୍ତ ଅଞ୍ଚଳରୁ ଚାକିରି ଛାଡ଼ିବା ବେଳେ ସୃଷ୍ଟି ହୋଇଥିବା ଭାବବିହ୍ବଳ ମୁହୂର୍ତ୍ତକୁ ମଧ୍ୟ ସେ ଆମ ସହ ସେୟାର କରିଛନ୍ତି । ଡାକ୍ତର ଉକ୍ତ ଅଞ୍ଚଳ ନ ଛାଡିବାକୁ ସ୍ଥାନୀୟ ଲୋକେ ଗଛ କାଟି ରାସ୍ତାବନ୍ଦ କରିଥିବା ବେଳେ ନକ୍ସଲମାନେ ମଧ୍ୟ ତାଙ୍କୁ ସେଠାରେ ରହି ରୋଗୀ ସେବା କରିବାକୁ ଅନୁରୋଧ କରିଥିଲେ । ଫିଲ୍ମ ସମ୍ପର୍କରେ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଇଟିଭି ଭାରତ ଓଡ଼ିଶା ବ୍ୟୁରୋ ଚିଫ୍ ଲାଲମୋହନ ପଣ୍ଡା । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର
Last Updated : Feb 3, 2023, 8:31 PM IST