ହାତୀପଲ ଘଉଡ଼ାଇବାକୁ ନେଇ ମୁହାମୁହିଁ, ବନକର୍ମଚାରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା - କେନ୍ଦୁଝର ହାତୀ ଆତଙ୍କ
🎬 Watch Now: Feature Video
Published : Aug 30, 2023, 2:56 PM IST
କେନ୍ଦୁଝର : ଥମୁନି ହାତୀ ଉପଦ୍ରବ । ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ହାତୀପଲଙ୍କ ଆତଙ୍କ । ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳିଛି । ଫଳରେ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଯେଉଁ ଅଞ୍ଚଳକୁ ହାତୀ ଯାଉଛି ଉକ୍ତ ଅଞ୍ଚଳ ଲୋକେ ହାତୀକୁ ଘଉଡ଼ାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ତେବେ ଏହି ୨୨ଟିକିଆ ହାତୀପଲ ଘଉଡ଼ାଇବାକୁ ନେଇ ଗତକାଲି ରାତିରେ କେନ୍ଦୁଝର ବନବିଭାଗ ଓ ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ ହୋଇଥିଲେ । ମୟୂରଭଞ୍ଜ ପଟରୁ ହାତୀଙ୍କୁ ନିଆଁ ହୁଳା ଦେଖାଇ ନିଆଁ ଲଗାଉ ଥିବା ସମୟରେ କେନ୍ଦୁଝରର ସାହାରପଡ଼ା ବନପାଳ ବିରୋଧ କରିଥିଲେ । ଏନେଇ ଉଭୟ ପକ୍ଷରୁ ମାରପିଟ୍ ସହ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି । ଏନେଇ କୌଣସି ବନଖଣ୍ଡ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ଏହା ମଧ୍ୟ ପଢନ୍ତୁ- ଜନବସତି ମୁହାଁ ହେଉଛନ୍ତି ୨୨ ଟିକିଆ ହାତୀପଲ, ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ
ଇଟିଭି ଭାରତ, କେନ୍ଦୁଝର