thumbnail

By

Published : Aug 18, 2023, 4:38 PM IST

ETV Bharat / Videos

ଆତଙ୍କ ଖେଳାଇଛି ଦନ୍ତା: ଭାଙ୍ଗୁଛି ଘର, ନଷ୍ଟ କରୁଛି ଫସଲ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜର ବିଭିନ୍ନ ଅଞ୍ଚଳରେ ପୁଣି ହାତୀ ଆତଙ୍କ ଦେଖାଯାଇଛି । ବାରମ୍ବାର ଜଙ୍ଗଲୀ ହାତୀ ଆସିବା କାରଣରୁ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ଲୋକେ । ଦୁଇଟି ଦନ୍ତାହାତୀ ଗାଁରେ ପଶି ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଆଜି ସକାଳୁ ଦୁଇ ଦନ୍ତାହାତୀ ଖାଦ୍ୟ ଅନୁସନ୍ଧାନରେ ଘୁରି ବୁଲିବା ସହ ଧରଣୀଧର ସେକ୍ସନରେ ନୂଆପାଲ୍ଲୀ ଓ ପାଣ୍ଡୁରିଶିଳା ଗ୍ରାମରେ ଦୁଇ ହାତୀ ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ହାତୀ ନୂଆପାଲ୍ଲୀ ଗ୍ରାମର ରାଜେନ୍ଦ୍ର ନାଏକ, ପାଣ୍ଡୁରିଶିଳା ଗ୍ରାମର ରିନା ବଳ, ଦରେଇକେଳା ଗ୍ରାମର ଡମ୍ବରୁଧର, ଦୈତାରୀ କିସାନଙ୍କ ଘର ଭାଙ୍ଗି ଦେଇଥିବା ବନ ବିଭାଗ ସୂଚନା ଦେଇଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଗତ କିଛି ସପ୍ତାହ ମଧ୍ୟରେ ବଣାଇ ରେଞ୍ଜର ବିଭିନ୍ନ ସେକ୍ସନରେ ହାତୀ ଆତଙ୍କ ବଢିବାରେ ଲାଗିଛି । ବନ ବିଭାଗ ପକ୍ଷରୁ ହାତୀ ଦୁଇଟିକୁ ଘଞ୍ଚ ଜଙ୍ଗଲକୁ ଘଉଡାଇବାକୁ ଉଦ୍ୟମ କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଅଧିକ ପଢନ୍ତୁ: ରାଉରକେଲାରେ ମାତିଛନ୍ତି ଦନ୍ତାପଲ, ଭୟଭୀତ ଲୋକେ

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.