କେସିଙ୍ଗାରେ ପାଞ୍ଚ ଟିକିଆ ହାତୀପଲଙ୍କ ଉପଦ୍ରବ, ଲୋକେ ଭୟଭୀତ - କଳାହାଣ୍ଡିରେ ହାତୀ ଆତଙ୍କ
🎬 Watch Now: Feature Video
Published : Oct 26, 2023, 9:24 AM IST
ଭବାନୀପାଟଣା: କଳାହାଣ୍ଡିରେ ହାତୀ ଆତଙ୍କ । ଜଙ୍ଗଲ ଛାଡ଼ି ଏବେ ଗାଁ ମୁହାଁ ହେବାରେ ଲାଗିଛନ୍ତି ହାତୀ ପଲ । ଫଳରେ ଲୋକଙ୍କ ଧନ ଜୀବନ ନଷ୍ଟ ହେବା ସହ ଜିଲ୍ଲାରେ ହାତୀ ଉପଦ୍ରବ ବୃଦ୍ଧି ହେବାରେ ଲାଗିଛି । କେସିଙ୍ଗା ରେଞ୍ଜ ଅନ୍ତର୍ଗତ ଦେଓଗାଁରେ ଆତଙ୍କ ମଚାଇଛନ୍ତି ପାଞ୍ଚ ଟିକିଆ ହାତୀ ପଲ । ନିକଟ ଜଙ୍ଗଲରୁ ଗାଁ ମୁହାଁ ହୋଇଥିବା ବେଳେ ବର୍ତ୍ତମାନ ଗାଁ ମୁଣ୍ଡରେ ରହିଥିବା ଚାଷ ଜମିରେ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି । ଯାହାକୁ ନେଇ ଭୟଭୀତ ଅଛନ୍ତି ସ୍ଥାନୀୟ ଲୋକେ । ଏନେଇ ଖବର ପାଇ ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ହାତୀକୁ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଚାଷ ଜମିରେ କ୍ଷୟକ୍ଷତିର ଆକଳନ ପରେ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ହାତୀର ଚଳ ପ୍ରଚଳ ଉପରେ ନଜର ରଖିବା ପାଇଁ ବନବିଭାଗ ପକ୍ଷରୁ ଏଲିଫେଣ୍ଟ ସ୍କୁଆର୍ଡ ନିଯୁକ୍ତ କରାଯାଇଥିବା ବେଳେ ସେହି କର୍ମଚାରୀଙ୍କ କାର୍ଯ୍ୟ ଅବହେଳା ଯୋଗୁଁ ହାତୀ ଜନବସତିକୁ ଚାଲି ଆସୁଥିବା ଅଭିଯୋଗ ହେଉଛି।
ଏହା ମଧ୍ୟ ପଢନ୍ତୁ-ହାତୀ ଆକ୍ରମଣରେ ଗଲା ଚାଷୀଙ୍କ ଜୀବନ
ଇଟିଭି ବାରତ, କଳାହାଣ୍ଡି