thumbnail

By ETV Bharat Odisha Team

Published : Sep 21, 2023, 10:10 AM IST

ETV Bharat / Videos

Watch: ସୁନ୍ଦରଗଡରେ ହାତୀ ଉପଦ୍ରବ, ଘଉଡ଼ାଇଲେ ଗ୍ରାମବାସୀ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ । ଜଙ୍ଗଲ ଛାଡ଼ି ଜନ ବସତି ମୁହାଁ ହେଉଛନ୍ତି ହାତୀ । ଗାଁରେ ପଶି ଏକର ଏକର ଫସଲ ସହ ଘର ନଷ୍ଟ କରୁଛନ୍ତି ହାତୀପଲ । ତେବେ ସୁନ୍ଦରଗଡ଼ ଉପକଣ୍ଠର ସେପତି ବାହାଲ ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ୨ ଦନ୍ତାହାତୀ ଗତକାଲି ସନ୍ଧ୍ୟାରେ ବାହାଲ ଅଞ୍ଚଳକୁ ପଶି ବ୍ୟାପକ କ୍ଷୟକ୍ଷତି କରିଥିଲେ । ଏହାକୁ ନେଇ ସ୍ଥାନୀୟ ଲୋକ ହାତୀଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲେ । ଯାହା ପରେ ହାତୀ ସୁନ୍ଦରଗଡ଼ ବସଷ୍ଟାଣ୍ଡ ନିକଟ ଲୁହୁରାଢ଼ିପା ଅଞ୍ଚଳକୁ ପଳାଇ ଯାଇଥିଲେ । ସେଠାରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗିଥିଲେ ।  ହାତୀକୁ ଘଉଡାଇବାକୁ ବନ ବିଭାଗ କର୍ମଚାରୀ ଓ ଗ୍ରାମବାସୀ ଚେଷ୍ଟା କରିଥିଲେ  ।  ମିଳିତ ଉଦ୍ୟମରେ ହାତୀପଲକୁ ଜନବସତି ଅଞ୍ଚଳରୁ ଦୂରେଇ ସୁରକ୍ଷିତ ସ୍ଥାନକୁ ନେବାକୁ ସକ୍ଷମ ହୋଇଥିଲା । ଉତ୍ତେଜନା ଓ ଅନିଶ୍ଚିତତା ମଧ୍ୟରେ ଦୀର୍ଘ ଦିନର ସଙ୍ଘର୍ଷ ପରେ ଶେଷରେ ବନ ବିଭାଗ ସହ ସ୍ଥାନୀୟ ବାସିନ୍ଦା ମିଶି ହାତୀପଲଙ୍କୁ ଜନବସତିରୁ ଘଉଡ଼ାଇବାରେ ସଫଳ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- Watch: ସୁନ୍ଦରଗଡରେ ଆତଙ୍କ ଖେଳାଇଛି ଦନ୍ତା, ଭାଙ୍ଗୁଛି ଘର

ଇଟିଭି ଭାରତ,ରାଉରକେଲା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.