କୂଅରେ ପଡିଲା ମାଈ ହାତୀ, ଉଦ୍ଧାର କଲା ବନ ବିଭାଗ - କୂଅରୁ ହାତୀକୁ ଉଦ୍ଧାର କଲା ବନ ବିଭାଗ

🎬 Watch Now: Feature Video

thumbnail

By

Published : May 18, 2023, 11:54 AM IST

କେନ୍ଦୁଝର: ୧୦ ଫୁଟ ଗଭୀର ପରିତ୍ୟକ୍ତ କୂଅ ଭିତରେ ପଡିଗଲା ମାଈ ହାତୀ । ହାତୀକୁ ସୁରକ୍ଷିତ ଭାବେ ଉଦ୍ଧାର କଲା ବନ ବିଭାଗ। କେନ୍ଦୁଝର ଚମ୍ପୁଆ ରେଞ୍ଜ ଟୁଣଟୁଣା ବୈତରଣୀ ନଦୀ କୂଳ ନିକଟସ୍ଥ ଏକ ପରିତ୍ୟକ୍ତ କୂଅ ଭିତରରୁ ମାଈ ହାତୀଟିକୁ ଉଦ୍ଧାର କରାଯାଇଛି । ହାତୀଟି ସୁସ୍ଥ ଥିବା ବେଳେ ପାଖ ଜଙ୍ଗଲକୁ ଚାଲିଯାଇଥିବା କେନ୍ଦୁଝର ଡିଏଫଓ ଏଚଡ଼ି ଧନରାଜ ସୂଚନା ଦେଇଛନ୍ତି । ଗତ ମଙ୍ଗଳବାର ରାତିରେ ୨୪ ଟିକିଆ ହାତୀପଲ କାଳିକାପ୍ରାସାଦ ସଂରକ୍ଷିତ ଜଙ୍ଗଲରୁ କାଞ୍ଚନପୁର ଦେଇ ଟୁଣଟୁଣା ଅଞ୍ଚଳକୁ ପ୍ରବେଶ କରିଥିଲେ । ବୈତରଣୀ ନଦୀ କୂଳ ନିକଟସ୍ଥ ଏକ ବଗିଚା ଦେଇ ଯାଉଥିଲା ସମୟରେ 24 ଟିକିଆ ହାତୀପଲଙ୍କ ମଧ୍ୟରୁ ଏକ ବୟସ୍କା ମାଈ ହାତୀ ୧୦ ଫୁଟ ଗଭୀର କୂଅରେ ଖସିପଡିଥିଲା । ଏନେଇ ବନ ବିଭାଗର ନାଇଟ୍ ପାଟ୍ରୋଲିଂ ଦଳ ଭୋର ସମୟରେ ସୂଚନା ପାଇଥିଲେ । ବନପାଳ କାଳନ୍ଦୀ ସାମଲଙ୍କ ନେତୃତ୍ୱରେ ଅନ୍ୟ ବନ କର୍ମଚାରୀ ସେଠାରେ ପହଞ୍ଚି ଜେସିବି ଦ୍ୱାରା କୂଅର ଗୋଟିଏ ପାର୍ଶ୍ୱରେ ଖୋଳିବା ପରେ ହାତୀଟି ସଫଳତାର ସହିତ ଉଦ୍ଧାର କରାଯାଇଥିଲା ।  

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.