Watch Video: ମହୁଲ ଖାଇ ନିଶାରେ ଟଳମଳ ଗଜରାଜ

By

Published : May 12, 2023, 1:54 PM IST

thumbnail

ଅନୁଗୋଳ: ଗଜରାଜଙ୍କୁ ମହୁଲ ନିଶା । ମହୁଲ ଖାଇ ନିଶାରେ ଚୁର୍ । ପ୍ରଚୁର ପରିମାଣରେ ମହୁଲ ପୋଚ ଖାଇବା ପରେ ନିଶାରେ ଟଳମଳ ହେଲେ ଗଜରାଜ । ନା ମୁଣ୍ଡ କାମ କରୁଛି ନା ବାଟ ଦେଖାଯାଉଛି । ଝୁଲି ଝୁଲି ସେଇଠି ଶୋଇ ପଡିଲା ହାତୀ । ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗୋଟିଏ ହାତୀ ମହୁଲ ପୋଚ ଖାଇ ନିଶାରେ ତଳେ ପଡିଯାଇଛି ଯେ ଆଉ ଉଠି ପାରୁନି । ଯାହାକୁ ଦେଖିବାକୁ ବହୁ ଲୋକଙ୍କ ଭିଡ଼ ଜମିଛି ।  

ଅନୁଗୋଳରେ ହାତୀଙ୍କୁ ନେଇ ବିଭିନ୍ନ ସମସ୍ୟା ସବୁ ସମୟରେ ଦେଖିବାକୁ ମିଳିଛି । କେତେବେଳେ ହାତୀ ପାଇଁ ମଣିଷକୁ ସମସ୍ୟା ହେଉଛି ତ କେତେବେଳେ ହାତୀ ନିଜେ ସମସ୍ୟାରେ ପଡି ଯାଉଛି । ଗାଁ ମୁହାଁ ହାତୀ ଜଙ୍ଗଲକୁ ଯାଉ ନଥିବାବେଳେ ଲୋକଙ୍କର ବଇରୀ ସାଜିଛନ୍ତି । ନିକଟରେ ଆମ୍ବ ଖାଇବାକୁ ଆସି ଏକ ହାତୀ ଦୁଇ ଗଛ ମଧ୍ୟରେ ଫସି ଯାଇଥିବା ବେଳେ ଆଜି ପୁଣି ଗୋଟିଏ ହାତୀ ମହୁଲ ପୋଚ ଖାଇ ନିଶାରେ ଚୁର ହୋଇଯାଇଛି । ପରିସ୍ଥିତି ଏଭଳି ହୋଇଛି ଯେ, ନିଶାରେ ମାତାଲ ହାତୀଟି ଆଉ ଉଠି ଜଙ୍ଗଲକୁ ଯାଇ ପାରୁନି । ବନ୍ତଳା ବନାଞ୍ଚଳର ପୋକତୁଙ୍ଗା ଗାଁ ପାଖ ଏକ ପୋଖରୀ ନିକଟରେ ପଡିରହିଛି । ଖବର ପାଇ ବନ ବିଭାଗର ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀଟି ଉପରେ ନଜର ରଖିଛନ୍ତି । ହାତୀ ଯେମିତି କାହାର କ୍ଷତି ନ କରେ ବା ହାତୀଟିର ଯେଭଳି କ୍ଷତି ନ ହୁଏ ତାହା ଉପରେ ନଜର ରଖାଯାଇଛି ।  

ଏବେ ମହୁଲ ଅମଳ ସମୟ । ବିଭିନ୍ନ ଗାଁମାନଙ୍କରେ ଲୋକେ ମହୁଲ ସଂଗ୍ରହ କରି ରଖିଥିବା ବେଳେ ହାତୀ ତାକୁ ଖାଇ ଦେଇଥିବା କୁହାଯାଇଛି । ସେପଟେ ଆଜି ମଧ୍ୟ ସକାଳ ସମୟରେ ବନ୍ତଳା ଅଞ୍ଚଳରେ ହାତୀ ଆକ୍ରମଣ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି  ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.