thumbnail

By

Published : Apr 25, 2023, 4:31 PM IST

ETV Bharat / Videos

ଥମୁନି ହାତୀ ଆତଙ୍କ, ଆଜି ଜଣେ ମହିଳାଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ହାତୀ

ଅନୁଗୋଳ: ଜିଲ୍ଲାରେ ଥମୁନି ହାତୀ ଆକ୍ରମଣ। ଗତକାଲି ଦୁଇ ଜଣକୁ ହାତୀ ମାରିଥିବା ବେଳେ ଆଜି ପୁଣି ଜଣକୁ ହାତୀ ଆକ୍ରମଣ କରିଛି। ହାତୀ ଆକ୍ରମଣରେ ଆଜି ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ଅଣ୍ଟା ଭାଙ୍ଗି ଯାଇଥିବା ବେଳେ ମୁଣ୍ଡର ହାଡ଼ ଭାଙ୍ଗି ଥିବା ଜଣାପଡିଛି। ଜିଲ୍ଲାର ବନ୍ତଳା ବନାଞ୍ଚଳର ତଳଗଡ଼ ପଞ୍ଚାୟତ ପୋଡ଼ା ସାହିର ଘଟିଛି ଏହି ଘଟଣା।  ନନ୍ଦିନୀ ଝା ତାଙ୍କର ନିକଟସ୍ଥ ଗାଁ ପାଖ ଜଙ୍ଗଲ କୁ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ଜଙ୍ଗଲ ମଧ୍ୟରେ ଥିବା ଦନ୍ତା ହାତୀ ତାଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ହେଲେ ତାଙ୍କ ଅବସ୍ଥା ସେଠାରେ ସଙ୍କଟାପନ୍ନ ରହିଥିବା ଜଣାପଡିଛି ।  

ଏହା ମଧ୍ୟ ପଢନ୍ତୁ- କେରଳକୁ ମିଳିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ, ଦେଶରେ ପ୍ରଥମ ୱାର୍ଟର ମେଟ୍ରାେ ବି ଲୋକାର୍ପିତ

ଇଟିଭି ଭାରତ, ଅନୁଗୋଳ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.