thumbnail

By

Published : Jun 29, 2023, 5:43 PM IST

ETV Bharat / Videos

ସାମୁହିକ ନମାଜ ପାଠ ସହ ବକ୍ରି ଇଦ୍ ପାଳନ


ବାଲେଶ୍ବର: ଦେଶବ୍ୟାପୀ ତ୍ୟାଗ ଓ ବଳିଦାନର ପର୍ବ ବକ୍ରି ଇଦ୍ ବା ଇଦ୍-ଉଲ୍-ଜୁହା ପାଳୁଛନ୍ତି ଇସଲାମ ଧର୍ମାବଲମ୍ବୀ ଏହି ପରିପ୍ରେକ୍ଷୀରେ ବାଲେଶ୍ବର ଜିଲ୍ଲା ସମେତ ସହରର ସମସ୍ତ ମସଜିଦ ଏବଂ ଦରଘାରେ ସାମୁହିକ ନମାଜ ପାଠ ଅନୁଷ୍ଠିତ ହୋଇଛି । ନମାଜ ପାଠ ପରେ ପୂର୍ବ ପୁରୁଷମାନଙ୍କୁ ମନେ ପକେଇବା ଉଦ୍ଦେଶ୍ୟରେ ଦରଘା ମଇଦାନ ସ୍ଥିତ କଦମ ରସୁଲ କବର ସ୍ଥାନରେ ପହଞ୍ଚି ଦୁଆ ମାଗିଥିଲେ ଶ୍ରଦ୍ଧାଳୁ । ପରେ ହାତ ଏବଂ କାନ୍ଧ ମିଳାଇ ପରସ୍ପରକୁ ବକରିଦର ଶୁଭେଚ୍ଛା ଜଣାଇଥିଲେ । 

ତେବେ ବକ୍ରି ଇଦ୍ ତ୍ୟାଗ, ବଳିଦାନ ଏବଂ ଆତ୍ମ ଉତ୍ସର୍ଗର ଦିବସ ହୋଇଥିବାରୁ ପ୍ରତ୍ୟେକ ବ୍ୟକ୍ତି କୌଣସି ସ୍ବାର୍ଥ ନରଖି ଜନସାଧାରଣଙ୍କ ପ୍ରତି ସେବା ମନୋଭାବ ପ୍ରଦର୍ଶନ କରିବା ଆବଶ୍ୟକ ବୋଲି କୁହାଯାଇଛି । ଯୁବପୀଢିଙ୍କ ମଧ୍ୟରେ ଏଭଳି ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ପହଞ୍ଚାଇବା ଏହି ପର୍ବର ଉଦ୍ଦେଶ୍ୟ ବୋଲି ମୁସଲିମ ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି । ଇଦ୍ ମିଲନ କମିଟି ପକ୍ଷରୁ ଦରଘା ମଇଦାନରେ ଅନୁଷ୍ଠିତ ସାମୁହିକ ନମାଜ ପାଠରେ ହାଫିଜ ଅବଦୁଲ ତୋହିଦ ପଢ଼ାଇଥିବାବେଳେ ଆଇନଜୀବୀ ସେଖ ଅବଦୁଲ ରଫିକ, ହାଜି ଗୋଲାମ ଖାନ ଏବଂ ସେଖ ସମ୍ମଦ ପ୍ରମୁଖ ପରିଚାଳନା କରିଥିଲେ।

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.