thumbnail

By

Published : May 3, 2023, 3:39 PM IST

ETV Bharat / Videos

ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ପୂର୍ବାଞ୍ଚଳ ଆଇଜି

ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଠାରୁ ୩ ଦିନିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ଅବସରରେ ବ୍ଲୁ-ବୁକ୍ ସିକ୍ୟୁରିଟି ଅନୁଯାୟୀ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏନେଇ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ । ଏପଟେ ରାଇରଙ୍ଗପୁର ସ୍ଥିତ କଚେରୀ ପଡ଼ିଆଠାରେ ସୁରକ୍ଷା ଦାୟିତ୍ବରେ ନିୟୋଜିତ ରିଜର୍ଭ ପୋଲିସ ଫୋର୍ସ ଓ ପୋଲିସ କର୍ମଚାରୀମାନଙ୍କର ବ୍ରିଫିଂ ଓ ରିହଲସେଲ କାର୍ଯ୍ୟକ୍ରମ ଚାଲିଛି।

ଗତକାଲି ବାରିପଦାଠାରେ ସୁରକ୍ଷା ବ୍ୟବସ୍ଥା ନେଇ ବୈଠକ ପରେ ଆଜି ରାଇରଙ୍ଗପୁର କଚେରୀ ପଡିଆଠାରେ ମୟୂରଭଞ୍ଜ ଆରକ୍ଷୀ ଅଧୀକ୍ଷକ ଋଷିକେଶ ଧ୍ୟାନଦେଓ ଖିଲାରୀଙ୍କ ଉପସ୍ଥିତିରେ ସମୀକ୍ଷା କରିଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଲାଗି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପ୍ରତିଦିନ ସୁରକ୍ଷା ବ୍ୟବସ୍ଥା ର ଅଧିକାରୀ ମାନେ ତଦାରଖ ସହ ସମୀକ୍ଷା କରୁଛନ୍ତି। ପ୍ରତି କାର୍ଯ୍ୟକ୍ରମସ୍ଥଳରେ ଜଣେ ଲେଖାଏଁ ଅଭିଜ୍ଞ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ନେଇ ନିୟୋଜିତ କରାଯାଇଛି। କୌଣସି ପ୍ରକାର ତୃଟିମୁକ୍ତ ଭାବେ ପ୍ରୋଟୋକଲ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କିପରି ହେବ ସେନେଇ ପୋଲିସ ବିଭାଗ ସଚେତନ ରହିଛି।  

ତେବେ ସୁରକ୍ଷା ଦୃଷ୍ଟିରୁ ସହରରେ 50 ପ୍ଲାଟୁନ ରୁ ଅଧିକ ପୋଲିସ ଫୋର୍ସ ଏବଂ 400 ରୁ ଅଧିକ ଅଫିସର ମୁତୟନ ରହିବେ। ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ମୟୁରଭଞ୍ଜ ଏସପି ରିଷିକେଶ ଧ୍ୟାନଦେଓ ଖିଲାରୀ ଙ୍କ ସମେତ  ପୋଲିସ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କଡାକଡି ଭାବରେ କରୁଛନ୍ତି। ଏଥିସହ ପାହାଡ଼ପୁର, ରାଇରଙ୍ଗପୁର ଓ ଶିମିଳିପାଳ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାର ଚାଲିଛି ଚୂଡାନ୍ତ ସମୀକ୍ଷା ।


ଇଟିଭି ଭାରତ, ରାଇରଙ୍ଗପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.