Earthquake Hits Jaipur: ଥରିଲା ଜୟପୁର, ଘଣ୍ଟାଏ ଭିତରେ ୩ ଥର ଭୂକମ୍ପ ଝଟକା - ରାଜସ୍ଥାନ ଜୟପୁରରେ ମୃଦୁ ଭୂମିକମ୍ପ
🎬 Watch Now: Feature Video
ଜୟପୁର(ରାଜସ୍ଥାନ): ଭୂକମ୍ପ ଝଟକାରେ ଥରିଲା ଜୟପୁର । ଆଜି ସକାଳୁ ରାଜସ୍ଥାନର ଜୟପୁରରେ ଭୂମିକମ୍ପ ଅନୁଭୂତ ହୋଇଛି । ସକାଳୁ ଘଣ୍ଟାଏ ମଧ୍ୟରେ ୩ ଥର ଭୂକମ୍ପ ଝଟକା ଲାଗିଛି । ପ୍ରଥମେ ଭୋର୍ ୪ଟା ୯ ମିନିଟରେ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ରେକର୍ଡ କରାଯାଇଥିଲା । ଦ୍ବିତୀୟ ଥର ୪ଟା ୨୩ରେ ଏବଂ ତୃତୀୟ ଭୂକମ୍ପ ୪ଟା ୨୫ ମିନିଟ୍ରେ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ଯଥାକ୍ରମେ ୩.୧ ଓ ୩.୪ ରେକର୍ଡ ହୋଇଥିଲା । ଏନେଇ ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଏହାମଧ୍ୟ ପଢନ୍ତୁ: Maharashtra: ଭୂସ୍ଖଳନରେ 16 ମୃତ, ଫସି ରହିଛନ୍ତି ଶତାଧିକ
ପ୍ରଥମ ଥର ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ । ଘରଦ୍ବାର ଓ ଗାଡିମୋଟର ସବୁ ଥରିବାକୁ ଲାଗିଥିଲା । ଏହାର ଦୃଶ୍ୟ ସିସିଟିଭିରେ ମଧ୍ୟ କଏଦ ହୋଇଛି । ଅଧଘଣ୍ଟା ଭିତରେ ପଛକୁ ପଛ ଆଉ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ ଏଥିରେ ଧନ ଜୀବନ କ୍ଷୟକ୍ଷତିର କୌଣସି ସୂଚନା ନାହିଁ । ସ୍ବଳ୍ପ ସମୟ ମଧ୍ୟରେ ୩ ଥର ଭୂକମ୍ପ ଅନୁଭୂତ ହେବା ଯୋଗୁଁ ଲୋକେ ଛାନିଆ ହୋଇଯାଇଥିଲେ । ସେହିପରି ଆଜି ଭୋର ସମୟରେ ମଣିପୁରରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ସମୟ ପ୍ରାୟ ୫ଟା ବେଳେ ରାଜ୍ୟର ଉଖରୁଲରେ ୩.୫ ତୀବ୍ରତାର ଭୂକମ୍ପ ସଂଘଠିତ ହୋଇଥିବା ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୨୦ କିମି ଗଭୀରରେ ରହିଛି । ଏଠାରେ ମଧ୍ୟ କୌଣସି କ୍ଷୟକ୍ଷତିରେ ସୂଚନା ନାହିଁ ।